୨୩ତମ ସିନିଅର ଅନ୍ତଃ ଜିଲ୍ଲା ସିପକଟାକ୍ରୋ ଚାମ୍ପିୟନସିପ ଉଦଯାପିତ

ପୁରୀ (ସମୀର ରଞ୍ଜନ ନାୟକ):ପୁରୀ ଜିଲ୍ଲା ସିପକଟାକ୍ରୋ ଆସୋସିଏସନ ତରଫରୁ ୨୩ତମ ସିନିଅର ଅନ୍ତଃ ଜିଲ୍ଲା ସିପକଟାକ୍ରୋ ଚାମ୍ପିୟନସିପ ଉଦଯାପିତ ହୋଇଯାଇଛି। ଏହି ଚମ୍ପିୟାନସିପରେ ପୁରୁଷ ବିଭାଗରେ ଭୁବନେଶ୍ୱର କିସ ଓ ମହିଳା ବିଭାଗରେ କଟକ ଚମ୍ପିୟାନ ହୋଇଥିଲା।ସ୍ଥାନୀୟ ତାଳବଣିଆ ଇଣ୍ଡୋର ଷ୍ଟାଡିୟମ ଠାରେ ଅନୁଷ୍ଠିତ ୨୩ତମ ସିନିଅର ଅନ୍ତ ଜିଲ୍ଲା ସିପକଟାକ୍ରୋ ଚାମ୍ପିୟନସିପ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜେପି ସଭାପତି ଡ଼. ଦେବେନ୍ଦ୍ରନାଥ ତରେଇ, ବିରଞ୍ଚି ନାରାୟଣ ବିଶ୍ୱାଳ, କୁନା ମିଶ୍ର, ଅରୁଣ କୁମାର ମହାପାତ୍ର, ପ୍ରଭାସ ସୁଭଦର୍ଶି ମହାନ୍ତି।

ଓଡିଶା ସିପକଟାକ୍ରୋ ଆସୋସିଏସନର ସାଧାରଣ ସମ୍ପାଦକ ପୃଥିବୀ ରାଜ ସାହୁ, ପୁରୀ ଜିଲ୍ଲା ସିପକଟାକ୍ରୋ ଆସୋସିଏସନର ସଭାପତି ଶଙ୍କର୍ଷଣ ପରିଡା, ଉପ ସଭାପତି ସୁଦର୍ଶନ ସାହୁ, ସତ୍ୟସାଗର ଦାସ ଓ ଅରୁଣ କୁମାର ମହାପାତ୍ର, ସାଧାରଣ ସମ୍ପାଦକ ରାମ ଚନ୍ଦ୍ର ବାରିକ, ଯୁଗ୍ମ ସମ୍ପାଦକ ଅଶ୍ୱିନୀ ପଟ୍ଟନାୟକ, କୋଷାଧକ୍ଷ ରଶ୍ମି ରଞ୍ଜନ ପାତ୍ର, ପରାମର୍ଶ ଦାତା ବିଶ୍ଵାବନ୍ଧୁ ଦାସ ପ୍ରମୂଖ ଯୋଗ ଦେଇଥିଲେ। ଫାଉନାଲ ମ୍ୟାଚର ପୁରୁଷ ବର୍ଗରେ ଭୁବନେଶ୍ୱର କିସ ଯଥାକ୍ରମେ ୧୫- ୧୧ ଓ ୧୫ -୦୯ ପଏଣ୍ଟରେ ରାୟଗଡାକୁ ଏବଂ ମହିଳା ବର୍ଗରେ କଟକ ୧୫ – ୧୦ ଓ ୧୫ – ୧୧ ରେ କିସକୁ ହରାଇ ଚମ୍ପିୟାନ ହୋଇଥିଲା।

ଏହି ପ୍ରତିଯୋଗୀତାରୁ ଓଡିଶା ଟିମ ଚୟନ କରାଯାଇ ଜାତୀୟ ସ୍ତରୀୟ ପ୍ରତିଯୋଗିତାକୁ ଯିବେ। ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ କୃଷ୍ଣ ଚନ୍ଦ୍ର ପରିଡା, ଲଳିତ କୁମାର, ଚନ୍ଦନ ମହାରଣା, ସୁଦୀପ୍ତ ଜେନା, ଦୀପକ ମହାରଣା, ବିଶାଳ ମହାନ୍ତି, ଶାରଦା ମହାନ୍ତି, ଅସିତ ପଟ୍ଟନାୟକ, ରଞ୍ଜନ ମହାରଣା ଓ ମଙ୍ଗରାଜ ସାହୁ। ପରିଶେଷରେ ଧନ୍ୟବାଦ ଦେଇଥିଲେ ଅମୀୟ କୁମାର ଚାନ୍ଦ।

Leave a Reply

Your email address will not be published. Required fields are marked *

error: Content is protected !!