ଭଗବାନ ବିର୍ଷା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ଉପଲକ୍ଷେ ଜନଜାତି ଗୌରବ ଦିବସ ପାଳିତ

ମୟୁରଭଞ୍ଜ/କରଞ୍ଜିଆ (ଜିତେନ୍ଦ୍ର ରାଜ଼):ଭାରତବର୍ଷର ମହାନ ସ୍ୱାଧୀନତା ସଂଗ୍ରାମୀ ଧରତୀ ଆବା ଭଗବାନ ବିର୍ଷା ମୁଣ୍ଡା ଙ୍କ ୧୫୦ ତମ ଜୟନ୍ତୀ ପାଳିତ ହୋଇଯାଇଛି । କରଞ୍ଜିଆ ଉପଖଣ୍ଡ ଓ ରାଇରଙ୍ଗପୁର ଉପଖଣ୍ଡ ନିମନ୍ତେ ଏକ କାର୍ଯ୍ୟକ୍ରମ ଯଶିପୁର ବ୍ଲକ ର ମହାର୍ଦ୍ଧପଳସା ମିନି ଷ୍ଟାଡିୟମ ରେ ଆୟୋଜନ କରାଯାଇଥିଲା

କରଞ୍ଜିଆ ଆଇଟିଡିଏ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ରୂପେ ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଇଂ ଗଣେଶ ରାମସିଂ ଖୁଣ୍ଟିଆ ସମ୍ମାନିତ ଅତିଥି ରୂପେ ମୟୁରଭଞ୍ଜ ଲୋକସଭା ସାଂସଦ ନବଚରଣ ମାଝୀ, ରାଜ୍ୟସଭା ସାଂସଦ ମମତା ମହାନ୍ତ, କରଞ୍ଜିଆ ବିଧାୟକ ପଦ୍ମଚରଣ ହାଇବ୍ରୁ, ଉପଜିଲ୍ଲାପାଳ ପ୍ରେମାଂଶୁ ଚାନ୍ଦ, କରଞ୍ଜିଆ ଆଇଟିଡ଼ିଏ ପ୍ରକଳ୍ପ ପ୍ରଶାସକ ପ୍ରବୀଣ କୁମାର ବାଣୁଆ, ରାଇରଙ୍ଗପୁର ଆଇଟିଡ଼ିଏ ପ୍ରକଳ୍ପ ପ୍ରଶାସକ ପରୀକ୍ଷିତ ଦାଶ ମଂଚାସୀନ ହୋଇଥିଲେ।

କାର୍ଯ୍ୟକ୍ରମ ରେ କରଞ୍ଜିଆ ଓ ରାଇରଙ୍ଗପୁର ଉପଖଣ୍ଡ ଅଞ୍ଚଳ ର ଜନଜାତି ର କ୍ରୀଡା, କଳା, ସଙ୍ଗୀତ, ଶିକ୍ଷା, ବ୍ୟବସାୟ, କୃଷି କ୍ଷେତ୍ର ରେ ଉପଲବ୍ଧି କରିଥିବା ବ୍ୟକ୍ତିବିଶେଷ ଙ୍କୁ ସମ୍ବର୍ଦ୍ଧିତ,ବିଭିନ୍ନ ବ୍ୟବସାୟ କରି ନିଜେ ସ୍ୱାବଲମ୍ବୀ ହେବା ସହିତ ଅନ୍ୟ ଙ୍କୁ ରୋଜଗାର ଦେଇଥିବା ଚାଷୀ ଓ ବ୍ୟବସାୟୀ ଙ୍କୁ ପୁରସ୍କୃତ କରାଯାଇଥିଲା

କରଞ୍ଜିଆ ଓ ରାଇରଙ୍ଗପୁର ଆଇଟିଡିଏ ଦ୍ୱାରା କରାଯାଇଥିଲା।ପ୍ରଧାନମନ୍ତ୍ରୀ ଆବାସ ଯୋଜନା ର କାର୍ଯ୍ୟାଦେଶ ଓ ୪ ମାସ ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସ୍ୱମ୍ପୂର୍ଣ୍ଣ କରିଥିବା ହିତାଧିକାରୀ ଙ୍କୁ ୨୦ ହଜାର ଟଙ୍କାର ସହାୟତା ରାଶିର ଚେକ ଓ ଘରର ଚାବି ପ୍ରଦାନ କରାଯାଇଥିଲା। ଅତିଥି ଙ୍କ ଦ୍ୱାରା ସହିଦ ବୁଧୁରାମ ହେଂସା ଙ୍କ ପରିବାର ସଦସ୍ୟ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ବିଭିନ୍ନ ଜନଜାତି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା

Leave a Reply

Your email address will not be published. Required fields are marked *

error: Content is protected !!