ଅଡାଲରେ ଉଦଯାପିତ ହେଲା ଜଳନ୍ଧର ଦରବାର

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ପଞ୍ଚାୟତ ଅନ୍ତର୍ଗତ ଅଡାଲ ଗ୍ରାମରେ ପଞ୍ଚୁକ ଚତୁର୍ଦ୍ଦଶୀ ଅବସରରେ ଗତ କାଲି ସନ୍ଧ୍ୟାରେ ଜଳନ୍ଧର ଦରବାର ଜଳନ୍ଧର ବଧ ଅନୁଷ୍ଠିତ ହୋଇଥିଲା। ମା ଭଗବତୀ ନାଟ୍ୟ ସଂସଦ ଆନୁକୁଲ୍ୟରେ ଅନୁଷ୍ଠିତ ନାଟକ ରେ ଜଳନ୍ଧର ଭୂମିକା ରେ ଜଗବନ୍ଧୁ ବେରିହା ଅଭିନୟ କରିଥିବା ବେଲେ ଶିବ ଭୂମିକାରେ ମୁନ୍ନା ମିଶ୍ର,ମହାମନ୍ତ୍ରି ଦୀନକୃଷ୍ଣ ଶଙ୍ଖୁଆ , ବିଷ୍ଣୁ ମଧୁସୂଦନ କଣ୍ନ, ସେନାପତି ଭୀଷ୍ମ ସାହୁ,ଶୁକ୍ରଗୁରୁ ପ୍ରଦିପ ଦାସ,ନାରଦ ସାନ୍ତାନୁ ପଧାନ,ଉମେଶ ପଧାନ,କୁଳୁ ସେଠୀ, ଦାରୁ, ସେଠୀ, ଦିଲ୍ଲୀପ ପଧାନ ପ୍ରମୁଖ ଅଭିନୟ କରିଥିଲେ।

ଏଥିରେ ରାଜ୍ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟ ଲବ କୁମାର ସାହୁ, ଚାଷୀ ନେତ୍ରି ସୋନାଲି ବିଶି, ବଲାଙ୍ଗୀର ସାଂସଦ ପ୍ରତିନିଧି ନଲିନି ପଣ୍ଡା, ସିୟା ସଭାପତି ସୁଶାନ୍ତ ଭୋଇ, ଅଧ୍ୟାପକ ବିଜୟ ପଧାନ, ଅଧ୍ୟାପକ ସରତ ଭୋଇ , ଶିକ୍ଷକ ସନ୍ତୋଷ ରଥ, ଅରବିନ୍ଦ ରଣା ପ୍ରମୁଖ ଅତିଥି ଭାବେ ଯୋଗଦେଇ ସାଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିଲେ । ରାଜ ଦରବାରରେ ସମ୍ବଲପୁରୀ ଏବଂ ଆଧୁନିକ ନୃତ୍ୟ ପରିବେଷିତ ହୋଇଥିଲା। ବିଳମ୍ବିତ ରାତିରେ ପର୍ଯ୍ୟନ୍ତ ଦର୍ଶକ ମନଭରି ଉପଭୋଗ କରିଥିଲେ l

Leave a Reply

Your email address will not be published. Required fields are marked *

error: Content is protected !!