ଜାନୁଆରି ଶେଷ ସୁଦ୍ଧା ସରିବ ରତ୍ନଭଣ୍ଡାର ଗଣତିମଣତି: ପୃଥ୍ବୀରାଜ ହରିଚନ୍ଦନ

ଭୁବନେଶ୍ୱର (ସମୀର ରଞ୍ଜନ ନାୟକ ): ରତ୍ନଭଣ୍ଡାର ଗଣତିମଣତି ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, କାର୍ତ୍ତିକ ମାସରେ ଭକ୍ତଙ୍କ ପ୍ରବଳ ଭିଡ଼ ହେତୁ ଏଏସଆଇ ରତ୍ନଭଣ୍ଡାରର ମରାମତି କାମ କରିପାରିନଥିଲା। ହେଲେ ଏବେ ପ୍ରସ୍ତୁତି ସରିଛି। ଜାନୁଆରି ଶେଷ ସୁଦ୍ଧା ସରିବ ରତ୍ନଭଣ୍ଡାର ଗଣତିମଣତି।ତେବେ କହିରଖୁଛୁ, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଏବଂ ଅନୁମୋଦିତ ମାର୍ଗଦର୍ଶିକା ଅନୁସାରେ, ଦୀର୍ଘ ୪୬ ବର୍ଷ ପରେ ଚଳିତ ବର୍ଷ ୧୪ ଜୁଲାଇରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯାଇଥିଲା । ରତ୍ନ ଭଣ୍ଡାରରେ ଥିବା ସମସ୍ତ ଅଳଙ୍କାର ଏବଂ ଜିନିଷପତ୍ରକୁ ଅସ୍ଥାୟୀ ଷ୍ଟ୍ରଙ୍ଗରୁମ ଘରକୁ ସ୍ଥାନାନ୍ତର କରିଥିଲେ । ପରେ ଏଏସଆଇ ଏବହ ଆର୍କୋଲୋଜିକାଲ ବିଶେଷଜ୍ଞଙ୍କ ଦ୍ବାରା ରତ୍ନଭଣ୍ଡାର ସର୍ଭେ କରି କେଉଁଠି କ’ଣ ଫାଟ ରହିଛି ସେନେଇ ଯାଞ୍ଚ କରିଥିଲେ? ଯେମିତି ଆଗାମୀ ୧୦୦ ବର୍ଷ ପାଇଁ ମରାମତି ଆବଶ୍ୟକ ପଡ଼ିବନି ସେହିଭଳି ଭାବେ ସମସ୍ତ ଯାଞ୍ଚ କରି କାର୍ଯ୍ୟ କରାଯିବ ବୋଲି ମନ୍ତ୍ରୀ ମତ ରଖିଥିଲେ ।

Leave a Reply

Your email address will not be published. Required fields are marked *

error: Content is protected !!