ପୁରୀରେ ଜିଲ୍ଲା ସ୍ତରୀୟ ନିଖିଳ ଭାରତ ସମବାୟ ସପ୍ତାହ ପାଳିତ।

ପୁରୀ (ସମୀର ରଞ୍ଜନ ନାୟକ) : ପୁରୀରେ ୭୧ ତମ ଜିଲ୍ଲା ସ୍ତରୀୟ ନିଖିଳ ଭାରତ ସମବାୟ ସପ୍ତାହ ଟାଉନ ହଲ ଠାରେ ପାଳିତ ହୋଇଥିଲା।ସମବାୟ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ ଯୋଗ ଦେଇ ସମବାୟ ଆନ୍ଦୋଳନ କୁ ଆହୁରି କ୍ରିୟାଶୀଳ କରିବା ସହ ଅଧିକ ରୁ ଅଧିକ ଲୋକଙ୍କୁ ଆର୍ଥିକ ସମୃଦ୍ଧି ଓ ସହଯୋଗରେ ସହାୟକ ହେବା ଏହି ମହୋତ୍ସବ ର ମୂଳ ଲକ୍ଷ୍ୟ ବୋଲି କହିଥିଲେ। ଆମ ରାଜ୍ୟ ଓ ଦେଶର ଅର୍ଥନୀତି କୁ ସୁଦୃଢ କରିବାରେ ସମବାୟ ର ବଡ ଯୋଗଦାନ ରହିଛି।

ଏହା ବର୍ଷ ବର୍ଷ ଧରି ଲୋକଙ୍କ ଆସ୍ଥା ଭାଜନ ହୋଇ ପାରିଛି।ଏହାକୁ ଅଧିକ ସମ୍ପ୍ରସାରିତ କରିବା ଦିଗରେ ବିଭାଗ ନିଷ୍ଠାପର ଭାବେ କାର୍ଯ୍ୟ କରିବାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ଆହ୍ୱାନ ଦେଇଥିଲେ। ଚଳିତ ବର୍ଷ ର ବିଷୟ ବା ଥିମ ବିକଶିତ ଓଡିଶା ଗଠନରେ ସମବାୟ ର ଭୂମିକା ସମ୍ପର୍କରେ ବିଷଦ ଆଲୋଚନା କରାଯାଇଥିଲା।ସମ୍ମିଳିତ ପୁରୀ ନିମାପଡା କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି କିଶୋର କୁମାର ଛୋଟରାୟ ଦେଶର ଅର୍ଥନୀତିରେ ସମବାୟ ଏକ ପ୍ରମୁଖ ଭୂମିକା ନେଇଛି ଓ ଏହା ଏକ ଆନ୍ଦୋଳନ ରେ ପରିଣତ ହୋଇ ଲୋକ ହିତରେ ଜାରି ରହିଛି ବୋଲି ସୂଚନା ଦେଇଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ଡିଆରସିଏସ ସୁନିତା ପତି,ସମ୍ମିଳିତ ପୁରୀ ନିମାପଡା କେନ୍ଦ୍ର ସମବାୟ ବ୍ୟାଙ୍କ ର ସିଇଓ ବନଶ୍ରୀ ମଲ୍ଲିକ, ଅଡିକ ସର୍କଲ ର ଦାଶରଥି ବେହେରା,ଏଆରସିଏସ ସ୍ୱରୂପ କୁମାର କର ଓ ସମ୍ମିଳିତ ପୁରୀ ନିମାପଡା କେନ୍ଦ୍ର ସମବାୟ ବ୍ୟାଙ୍କ ର ସଦସ୍ୟ ମାନେ ଏହି ମହୋତ୍ସବ ରେ ଯୋଗ ଦେଇ ସମବାୟ ଆନ୍ଦୋଳନ ର ଲକ୍ଷ୍ୟ ଉଦ୍ଦେଶ୍ୟ ଓ ଆର୍ଥିକ ସମୃଦ୍ଧି ରେ ସମବାୟ ର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ।ଉଲ୍ଲେଖନୀୟ ଅବଦାନ ପାଇଁ ଛାତ୍ରଛାତ୍ରୀ ଓ ବ୍ୟକ୍ତି ବିଶେଷ ଙ୍କୁ ପୁରସ୍କୃତ କରାଯାଇଥିଲା।

Leave a Reply

Your email address will not be published. Required fields are marked *

error: Content is protected !!