ଖୋର୍ଦ୍ଧା ଜିଲ୍ଲାରେ ଆୟୋଜିତ ହେଉଥିବା ଦୁଇ ଦିନିଆ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା 2024 ସମାପ୍ତ

ଖୋର୍ଦ୍ଧା (ସମୀର ରଞ୍ଜନ ନାୟକ):ଖୋର୍ଦ୍ଧା ଜିଲ୍ଲାରେ ଆୟୋଜିତ ହେଉଥିବା ଦୁଇ ଦିନିଆ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା 2024 ଏକ ପ୍ରିତୀକର ଢଙ୍ଗରେ ସମାପ୍ତ ହୋଇଥିଲା ଏବଂ ଦ୍ୱିତୀୟ ଦିନରେ ଏକ ହଜାରରୁ ଅଧିକ କୃଷକ ଅଂଶଗ୍ରହଣ କରିଥିଲେ। ମତ୍ସ୍ୟ ଚାଷ ଏବଂ ପ୍ରାଣୀସମ୍ପଦ ବିକାଶ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟା ସଚେତନତା ବୃଦ୍ଧି କରିବା ପାଇଁ ଏହି କାର୍ଯ୍ୟକ୍ରମ ର ଉଦ୍ଦ୍ୟେଶ ଥିଲା। “ଗୋ ସମ୍ବର୍ଦ୍ଧନ” କାର୍ଯ୍ୟକ୍ରମ ସହିତ ଦିନଟି ଆରମ୍ଭ ହୋଇଥିଲା, ସମ୍ମାନନୀୟ ଜିଲ୍ଲାପାଳ ଚଞ୍ଚଳ ରାଣା ଙ୍କ କରକମଳରେ ଗୋ-ପୁଜନ କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା ।ଏହା ପରେ ଏକ କୃଷକ ଏବଂ ବୈଜ୍ଞାନିକ ବାର୍ତ୍ତାଳାପ ଅଧିବେଶନ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ବିଶେଷଜ୍ଞ ଏବଂ କୃଷକମାନେ ନୂତନ ଜ୍ଞାନକୌଶଳ ଏବଂ ମତ୍ସ୍ୟ ଚାଷ ଏବଂ ପ୍ରାଣୀସମ୍ପଦ କ୍ଷେତ୍ରର ବିଭିନ୍ନ ସମସ୍ୟା ର ସମାଧାନ ବିଷଯ଼ରେ ଆଲୋଚନା କରିଥିଲେ।

ଏହି ଉଦ୍ଯାପନୀ ଉତ୍ସବରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିବୃନ୍ଦ ଯଥା ଜ଼ିଲ୍ଲା ପରିଷଦର ଅଧକ୍ଷI ଶ୍ରୀମତୀ ରୂପଶ୍ରୀ ରାଣୀ ଗୁମାନସିଂ, ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ଶ୍ରୀ ଗୋପୀନାଥ ମହାରଣା, ଖୋର୍ଦ୍ଧା ପୌରପାଳିକାର ଅଧକ୍ଷା ଶ୍ରୀମତୀ କନକ ଲକ୍ଷ୍ମୀ ମହାନ୍ତି, ପୂମୁଲ ର ସଭାପତି ଶ୍ରୀ ଦିଲୀପ କୁମାର ଦାଶ, ଏଡିଏମ୍ ଖୋର୍ଦ୍ଧା ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା ଏବଂ ମାନ୍ୟବର ବେଗୁନିଆ ବିଧାୟକ ଶ୍ରୀଯୁକ୍ତ ପ୍ରଦୀପ କୁମାର ସାହୁ ପ୍ରମୁଖ ଯୋଗଦାନ ଦେଇଥିଲେ।ଏହି ଅବସରରେ ଶ୍ରୀ ସାହୁ ଆଲୋକପାତ କରି କହିଥିଲେ ଯେ କିପରି ଭାବେ ପ୍ରଯୁକ୍ତିବିଦ୍ୟା ରାଜ୍ୟର ମତ୍ସ୍ୟଚାଷୀ ଏବଂ ପ୍ରାଣୀପାଳକଙ୍କର ଜୀବନରେ ପରିବର୍ତ୍ତନ ଆଣିଛି ଏବଂ ମାଛ ଓ ଅଣ୍ଡା ପାଇଁ ପଡୋଶୀ ରାଜ୍ୟଗୁଡ଼ିକ ଉପରେ ନିର୍ଭରଶୀଳତାକୁ ହ୍ରାସ କରିଛି। ସେ ଯୁବକମାନଙ୍କୁ ଚାକିରି ଉପରେ ନିର୍ଭର କରିବା ପରିବର୍ତ୍ତେ ଆଧୁନିକ କୃଷି ପଦ୍ଧତି ଗ୍ରହଣ କରି ଉଦ୍ଯ଼ୋଗୀ ହେବାକୁ ଉତ୍ସାହିତ କରିଥିଲେ। ଶ୍ରୀ ମହାରାଣା ଅଧିକରୁ ଅଧିକ ଲୋକଙ୍କୁ ଉପକୃତ କରିବା ପାଇଁ ପ୍ରାଣୀସମ୍ପଦ ବିକାଶ ଅଭିମୁଖୀ. ଯୋଜନା ଗୁଡିକର ଉପଯୁକ୍ତ କାର୍ଯ୍ୟକାରିତାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।

ନୂତନ ଜ୍ଞାନକୌଶଳ ଗ୍ରହଣ କରି କୃଷକମାନଙ୍କର ଆୟବୃଦ୍ଧି କରିବାରେ ସଚେତନତା କାର୍ଯ୍ୟକ୍ରମର ପ୍ରଭାବକୁ ଶ୍ରୀମତୀ ଗୁମାନସିଂ ବେଶ ପ୍ରଶଂସା କରିଥିଲେ।ସରକାରଙ୍କ କାମଧେନୁ ଯୋଜନା ମାଧ୍ୟମରେ ଦୁଗ୍ଧ ବିପ୍ଳବ ଏକ ସବୁଜ ବିପ୍ଲବ ବୋଲି ପ୍ରଶଂସା କରିବା ସହ ଆହ୍ବାନ କରିଥିଲେ।ମତ୍ସ୍ୟଚାଷ ଏବଂ ପ୍ରାଣୀସମ୍ପଦ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଇଁ ଚାରିଜଣ ପ୍ରଗତିଶୀଳ କୃଷକଙ୍କୁ ନଗଦ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଜ଼ିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ, ଖୋର୍ଦ୍ଧା ଡାକ୍ତର ଦେବୀଦତ୍ତ ମାଝୀ ସମସ୍ତଙ୍କୁ ସ୍ୱାଗତ କରିଥିଲେ ଏବଂ ମତ୍ସ୍ୟଚାଷ ଏବଂ ପ୍ରାଣୀସମ୍ପଦ କ୍ଷେତ୍ରରେ ଚାଲିଥିବା ବିଭିନ୍ନ କାର୍ଯ୍ୟକଳାପ ପ୍ରବନ୍ଧରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀ ନରସିଂହ ମୁଣ୍ଡ ପରିଶେଷରେ ଜିଲ୍ଲା ପ୍ରଶାସନ, ବିଭିନ୍ନ ଅଧିକାରୀ, ଗଣମାଧ୍ୟମ ଏବଂ କୃଷକମାନଙ୍କୁ ମେଳାର ଏହି ସଫଳତାରେ ସେମାନଙ୍କର ଉଦ୍ୟମ ପାଇଁ କୃତଜ୍ଞତା ବ୍ୟକ୍ତ କରି କାର୍ଯ୍ୟକ୍ରମଟିକୁ ସମାପ୍ତ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!