ଅସ୍ତରଙ୍ଗ ରେ କରତ କଳ ଉପରେ ଚଢ଼ାଉ

ପୁରୀ (ସମୀର ରଞ୍ଜନ ନାୟକ):ଅସ୍ତରଙ୍ଗ ରେ ଦୁଇଟି କରତ କଳ ଉପରେ ଚଢ଼ାଉ ହୋଇ ଥିବା ଖବର ଆମ ହସ୍ତଗ ହୋଇଛି ମିଳି ଥିବା ଖବର ଅନୁଯାଇ ପୁରୀ ଜିଲ୍ଲା ଅସ୍ତରଙ୍ଗର କୁହୁଡ଼ି ସିନେମା ଛକ ନିକଟରେ ବେଇଆଇନ ଭାବେ ଚାଲୁଥିବା ୩ଟି କରତକଳ ଉପରେ ଚଢ଼ଉ ହୋଇଛି| ଏକ ସ୍ୱତନ୍ତ୍ର ଟିମ୍ ମଙ୍ଗଳବାର ଦିନ ସକାଳ ୬ ଟାରୁ ଅଚାନକ ଅସ୍ତରଙ୍ଗରେ ପହଞ୍ଚି କରତକଳ ଉପରେ ଅଚାନକ ଚଢ଼ଉ କରି ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ କରିଛନ୍ତି |ଅସ୍ତରଙ୍ଗର ଏସିଏଫ୍ ଭିଜିଲାନ୍ସ ସାଧନା ପ୍ରିୟଦର୍ଶିନୀ ସ୍ୱାଇଁଙ୍କ ନେତୃତ୍ୱରେ କୋଣାର୍କ, ବାଲୁଖଣ୍ଡ ଓ ଅସ୍ତରଙ୍ଗ ବନବିଭାଗର ଏକ ସ୍ୱତନ୍ତ୍ର ଟିମ୍ ସକାଳ ୬ଟାରୁ ଅଚାନକ ଅସ୍ତରଙ୍ଗରେ ପହଞ୍ଚିଥିଲେ|

ଅସ୍ତରଙ୍ଗ-କାକଟପୁର ମୁଖ୍ୟ ରାସ୍ତାର ସିନେମାହଲ୍ ଛକ ସ୍ଥିତ ରାସ୍ତାକଡ଼ରେ ଥିବା କରତକଳ ଉପରେ ଅଚାନକ ଚଢ଼ଉ କରି କରତକଳକୁ ସିଲ୍ କରିଥିଲେ |ପର୍ଯ୍ୟାୟ କ୍ରମେ ତିନୋଟି କରତକଳରୁ ବଡ଼ ବଡ଼ ଯନ୍ତ୍ରାଂଶ, କାଠ ଓ ମେସିନ୍ ଜବତ କରି ବନବିଭାଗ ନିଜ ହେପାଜତକୁ ନେଇଛନ୍ତି| ଏହି ଚଢ଼ଉ ବେଳେ ଅସ୍ତରଙ୍ଗ ରେଞ୍ଜର ମୋନାଲିସା ମହାପାତ୍ର, ବିଭାଗ ଅଧୀନ ଦୁଇଜଣ ଫରେଷ୍ଟର, କୋଣାର୍କ ଓ ବାଲୁଖଣ୍ଡ ବନବିଭାଗ ଓ ପୁଲିସ୍ ଫୋର୍ସ ସାମିଲ୍ ହୋଇଥିଲେ | ଖବର ଲେଖା ହେବା ପର୍ଯ୍ୟନ୍ତ ଚଢ଼ଉ ଜାରିରହିଥିଲା ବେଳେ ଜବତ ଯନ୍ତ୍ରାଂଶ ଓ କାଠର ମୂଲ୍ୟ ସମ୍ପର୍କରେ ବନବିଭାଗ ପକ୍ଷରୁ ସଠିକ୍ ତଥ୍ୟ ମିଳିପାରିନି |

Leave a Reply

Your email address will not be published. Required fields are marked *

error: Content is protected !!