ଜିଲ୍ଲା ସ୍ତରୀୟ ୧୧ତମ କୃଷି ଗଣନା ସର୍ଭେ ସମ୍ପର୍କିତ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

କେନ୍ଦୁଝର (ସୀତାରାମ ଦୀକ୍ଷିତ): ଜିଲ୍ଲା ସ୍ତରୀୟ ୧୧ତମ କୃଷି ଗଣନାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ସର୍ଭେ ସମ୍ପର୍କିତ ତାଲିମ କାର୍ଯ୍ୟକ୍ରମ କେନ୍ଦୁଝରସ୍ଥ ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ୨୦୨୧-୨୨ କୁ ସୂଚୀତ ବର୍ଷ ନେଇ ଏହାର ପ୍ରଥମ ପର୍ଯ୍ୟାୟ ଗଣନା ଜିଲ୍ଲାର ସମସ୍ତ ୧୩ତହସିଲର ୨୧୩୨ ନମୂନା ଗ୍ରାମରେ ସର୍ଭେ ସରିଛି । ବର୍ତ୍ତମାନ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ସର୍ଭେରେ ସମସ୍ତ ତହସିଲ୍ ଅନ୍ତର୍ଗତ ୪୧୭ ନମୂନା ଗ୍ରାମ ଯାହାକି ପ୍ରଥମ ପର୍ଯ୍ୟାୟର ୨୦% ଗ୍ରାମରେ ଭୂମିଯୋତ ସମ୍ପର୍କିତ ପ୍ରଜାସ୍ୱତ୍ୱ, ଭୂମି ବିନିଯୋଗ, ଜଳସେଚନ ସ୍ଥିତି, କୃଷି ଢାଞ୍ଚା, ବିକ୍ଷିପ୍ତ ଭାବେ ଚାଷ ହେଉଥିବା ବିଭିନ୍ନ ଆକାରର ଭୂମୀଯୋତ ଓ ଚାଷିଙ୍କ ସାମାଜିକ ଗୋଷ୍ଠୀ ସମ୍ବଳିତ ତଥ୍ୟ ଯାହାକି ମୋବାଇଲ୍ ଆପରେ ଗଣନାକାରୀଙ୍କ ଦ୍ୱାରା ଚଳିତ ଡିସେମ୍ବର,୨୦୨୪ରେ ସଂଗ୍ରହ ହେବ।

ସେହିପରି ତୃତୀୟ ପର୍ଯ୍ୟାୟରେ ସମସ୍ତ ତହସିଲ୍ ଅନ୍ତର୍ଗତ ୧୫୪ ନମୂନା ଗ୍ରାମ ଯାହାକି ପ୍ରଥମ ପର୍ଯ୍ୟାୟର ୭% ଗ୍ରାମରେ ନିବେଶ ବା ଇନପୂଟ ସମ୍ପର୍କିତ ସର୍ଭେ ଯଥା ପ୍ରାଣୀସମ୍ପଦ,କୃଷି ଯନ୍ତ୍ରପାତୀ,ସାରର ବ୍ୟବହାର,ଚାଷୀ ଦ୍ୱାରା ବ୍ୟବହୃତ କୃଷିଋଣ ଇତ୍ୟାଦି ସମ୍ବଳିତ ତଥ୍ୟ ନିର୍ଦ୍ଧିଷ୍ଠ ଫର୍ମରେ ଗଣନାକାରୀଙ୍କ ଦ୍ୱାରା ୨୦୨୫ ମାର୍ଚ୍ଚ ସୁଦ୍ଧା ସଂଗ୍ରହ ହେବ ଓ ଏହା ଭାରତ ତଥା ଓଡିଶା ସରକାରଙ୍କ କୃଷି ଯୋଜନାରେ ସହାୟକ ହେବ । ପ୍ରଥମ ଦିନ ୦୫.୧୨.୨୦୨୪ରେ ଆନନ୍ଦପୁର, ବାଂସପାଳ,ଚମ୍ପୁଆ,ଘଟଗାଁ, ହାଟଡିହୀ, ପାଟଣା ଓ ସାହରପଡା ତହସିଲର ୫୪ ଜଣ ଗଣନାକାରୀ ଓ ସୁପରଭାଇଜର ଏବଂ ଦ୍ୱିତୀୟ ଦିନ ୦୬.୧୨.୨୦୨୪ରେ ବଡବିଲ,ଝୁମ୍ପୁରା, ଘଷିପୁରା,କେନ୍ଦୁଝର ସଦର,ହରିଚନ୍ଦନପୁର ଓ ତେଲକୋଇ ତହସିଲର ୫୪ ଜଣ ଗଣନାକାରୀ ଓ ସୁପରଭାଇଜର ଏହିପରି ସର୍ବମୋଟ ୧୦୮ ଜଣଙ୍କୁ ତାଲିମ ଦିଆଯାଇଛି ।

ଏହି ସର୍ଭେରେ ତହସିଲକୁ ଏକକ ଭାବେ ନେଇ ହେଉଅଛି ।ଏହି ତାଲିମ କର୍ଯ୍ୟରେ ଜିଲ୍ଲାର ସମସ୍ତ ତହସିଲର ନିର୍ଦ୍ଧିଷ୍ଟ ରାଜସ୍ୱ ନିରୀକ୍ଷକ, ସହକାରୀ ରାଜସ୍ୱ ନିରୀକ୍ଷକ,ଅମିନ,କୃଷି ଓଭରସିୟର, ଭିଏଡବ୍ଲୁ,ପରିସଂଙ୍ଖ୍ୟାନ କ୍ଷେତ୍ର ନୀରୀକ୍ଷକ, ସର୍ଭେୟର,ପରିସଂଙ୍ଖ୍ୟାନ ଅଧିକାରୀ,ବରିଷ୍ଠ ଆର୍ଥନିତୀ ଅନୁସନ୍ଧାନକାରୀ, ନୀରୀକ୍ଷକ, ଯୋଗ ଦେଇଥିଲେ । ଭାରତରେ ଏହି କୃଷି ଗଣନା ୧୯୭୦-୭୧ ମସହିହାରୁ ପ୍ରତି ପାଞ୍ଚ ବର୍ଷ ବ୍ୟବଧାନରେ ହୋଇ ଆସୁଅଛି ଓ ଏହା ୧୧ତମ କୃଷି ଗଣନା ଏବଂ ଗତ ୧୦ମ କୃଷି ଗଣନା ୨୦୧୫-୧୬ ରେ ହେଇଥିଲା ।

Leave a Reply

Your email address will not be published. Required fields are marked *

error: Content is protected !!