ନଲେଜ ଟ୍ରି ର ବାର୍ଷିକ ଉତ୍ସବ ଅନୁଷ୍ଠିତ

କେନ୍ଦୁଝର (ସୀତାରାମ ଦୀକ୍ଷିତ) : କେନ୍ଦୁଝର ଜିଲ୍ଲାର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ନଲେଜ ଟ୍ରି ର ବାର୍ଷିକ ଉତ୍ସବ କେନ୍ଦୁଝର ଅଡିଟୋରିୟମ ଠାରେ ଅନୁଷ୍ଠିତ ହୋଇଛି। ଏଥିରେ କେନ୍ଦୁଝର ଗୋନାସିକା କଲେଜ ର ପ୍ରିନ୍ସିପାଲ୍ ଶ୍ରୀଯୁକ୍ତ ବିପିନ ବିହାରୀ ଜେନା ମୁଖ୍ୟ ଅତିଥି, ଯୁବ ସାମ୍ବାଦିକ ଶ୍ରୀ ବ୍ରଜ କିଶୋର ରାୟ ମୁଖ୍ୟ ବକ୍ତା ଏବଂ ସଂଜ୍ଞାନ ଟୁଟୋରିଆଲ ର ନିର୍ଦ୍ଦେଶକ ଶ୍ରୀ ସୁବ୍ରତ ମିଶ୍ର ସମ୍ମାନନୀୟ ଅତିଥି ରୂପେ ମଞ୍ଚାସିନ ହୋଇଥିଲେ। ଅତିଥି ମାନେ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କର ଉଜ୍ଜ୍ୱଳ ଭବିଷ୍ୟ କାମନା କରିବା ସହିତ ସମୟର ସଦୁପଯୋଗ କରିବାର ଉପଦେଶ ଦେଇଥିଲେ। ପରେ ପରେ ଶିକ୍ଷାନୁଷ୍ଠାନ ର କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।

ଅନୁଷ୍ଠାନ ର ଛାତ୍ର ଛାତ୍ରୀଙ୍କ ମାନେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଦର୍ଶକ ମାନେ ପିଲାଙ୍କ ସହ ଏହି କାର୍ଯ୍ୟକ୍ରମ ଉପଭୋଗ କରିଥିଲେ । ଅନୁଷ୍ଠାନ ର ନିର୍ଦ୍ଦେଶକ ଶ୍ରୀ ସରୋଜ ପହି ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଶେଷରେ ଅନୁଷ୍ଠାନ ର ଚେୟାରମେନ ଶ୍ରୀ ନିରୋଜ ପହି ସମସ୍ତଙ୍କୁ ଧନ୍ୟବାଦ୍ ଜଣାଇଥିଲେ। ଅନୁଷ୍ଠାନ ର ପୂର୍ବତନ ଛାତ୍ରୀ ସୌମ୍ୟାଶ୍ରୀ ଦାସ ମଞ୍ଚ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ କୁ ସଫଳ କରିବାରେ ଅନୁଷ୍ଠାନ ର ଶିକ୍ଷକ ଶିକ୍ଷୟିତ୍ରୀ ଯଥା ପପୁ ମାରାଣ୍ଡି, ଶିଳ୍ପା ମହାନ୍ତ, ଦୀପିକା ଜେନା, ସରିନା ପଣ୍ଡା, ଦୀପିକା ମହାନ୍ତ, ପରମଜୀତ ମହାନ୍ତ, ସତ୍ୟବ୍ରତ ପତି, ସୃତିରଞ୍ଜନ ମହାନ୍ତ ଏବଂ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କର ସହଯୋଗ ରହିଥିଲା।

Leave a Reply

Your email address will not be published. Required fields are marked *

error: Content is protected !!