ଉପଖଣ୍ଡ ଚିକିତ୍ସାଳୟରେ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ

କେନ୍ଦୁଝର (ଶାନ୍ତନୁ କୁମାର କର୍ଣ୍ଣ) : ଚମ୍ପୁଆ ଉପଖଣ୍ଡରେ ରହିଥିବା ଉପଖଣ୍ଡ ଚିକିତ୍ସାଳୟରେ ଆଜି ମାନବ ପ୍ରେମୀ ସେବା ଟ୍ରଷ୍ଟ୍ ଓ ଚିକିତ୍ସାଳୟର ମିଳିତ ଉଦ୍ୟମରେ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଚିକିତ୍ସାଳୟ ପରିସରରେ ରହିଥିବା ମଇଳା, ଆବର୍ଜନା, ଲଟା ବୁଦା ଇତ୍ୟାଦିକୁ ପରିସ୍କାର ପରିଚ୍ଛନ୍ନ ପୂର୍ବକ ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଥିବା ବେଳେ ଏଥିରେ ଚିକିତ୍ସାଳୟ କତ୍ତୃପକ୍ଷ ଟ୍ରଷ୍ଟ୍ ର ସଦସ୍ୟ ସଦସ୍ୟାଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା ।

ଏହି ଅବସରରେ ଟ୍ରଷ୍ଟ୍ ର ଉପଦେଷ୍ଟା ପ୍ରମୋଦ କୁମାର ମହାନ୍ତ, ସଭାପତି ବିଚିତ୍ରାନନ୍ଦ ଦାସ, ଆଇନଜୀବୀ ସଞ୍ଜୟ କୁମାର ମହାନ୍ତ, ସିଲ୍କିସ୍ମିତା ମହାନ୍ତ, ଲିଲି ପାତ୍ର, ପ୍ରମିଳା ମୁଣ୍ଡା, ଅଞ୍ଜେଲିନା ମହାନ୍ତ, ସତ୍ୟଜିତ ମହାନ୍ତ, ବାବୁଲୁ ପାତ୍ର, ପର୍ଶୁରାମ ପାତ୍ର, ଶତୃଘ୍ନ ପାତ୍ରଙ୍କ ସହ ଉପଖଣ୍ଡ ଚିକିତ୍ସାଳୟ ମୂଖ୍ୟ ଉମାକାନ୍ତ ସାହୁ, ସଂଯୋଜକ ୱାସିମ୍ ଅଖତର୍ ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ । ଟ୍ରଷ୍ଟ୍ ର ଏହି କାର୍ଯ୍ୟକୁ ଚିକିତ୍ସାଳୟ କତ୍ତୃପକ୍ଷ ଉଚ୍ଚ ପ୍ରଶଂସା କରିଥିବାବେଳେ ଆଖପାଖ ଉପାନ୍ତ ଅଞ୍ଚଳରେ ଆଗାମୀ ଦିନରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ସହିତ ସ୍ୱାସ୍ଥ୍ୟ ଶିବିରମାନ ଆୟୋଜନ କରିବାକୁ ଚିକିତ୍ସାଳୟ ମୂଖ୍ୟ ପ୍ରତିଶ୍ରୁତି ଦେଇଥିବାର ସୂଚନା ରହିଛି ।

Leave a Reply

Your email address will not be published. Required fields are marked *

error: Content is protected !!