ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ କଲା ପ୍ରଶାସନ।

ପୁରୀ (ସମୀର ରଞ୍ଜନ ନାୟକ):ଓଡିଶା ଆୟୋଜନ କରୁଛି ୧୮ତମ ପ୍ରବାସୀ ଭାରତୀୟ ଦିବସ।ଭୁବନେଶ୍ୱର ଠାରେ ଏହା ଆରମ୍ଭ ହେବ ଚଳିତ ମାସ ୮ ର ୧୦ ତାରିଖ ପର୍ଯ୍ୟନ୍ତ।ତେବେ ମହାପ୍ରଭୁଙ୍କ ଦର୍ଶନ ସହ ଓ ପୁରୀ ଜିଲ୍ଲାର ଅପରୂପ ପର୍ଯ୍ୟଟନ ସ୍ଥଳ ର ସୌନ୍ଦର୍ଯ୍ୟ କୁ ଉପଭୋଗ କରିବାକୁ ପ୍ରବାସୀ ଭାରତୀୟ ମାନଙ୍କ ଉତ୍ସାହ ରହିଛି।ସେଥିପାଇଁ ପୁରୀ ସଜେଇ ହୋଇଛି।ତା ସହ ବିଚ ଫେଷ୍ଟିଭାଲ ମଧ୍ୟ ଆୟୋଜିତ ହେଉଛି।ଆଜି ପ୍ରବାସୀ ଭାରତୀୟ ଦିବସ ପୂର୍ବରୁ ପ୍ରଥମ ପ୍ରବାସୀ ଭାରତୀୟ ଭାବେ ଶ୍ରୀଜୀଉ ମାନଙ୍କୁ ଦର୍ଶନ କରିଛନ୍ତି ନିଉଜିଲାଣ୍ଡରେ ରହୁଥିବା ବନୀଷା ଧୀରୁ।

ମିସ ଧୀରୁ ୟୁନୋସ୍କୋରେ ନିଉଜିଲାଣ୍ଡ ର ଜାତୀୟ କମିଶନର, ଲାଇବ୍ରେରୀ ଓ ଇନଫରମେସନ ଆଡ଼ଭରଜରୀ କମିଶନର, ଆଡ଼ଭୋକେଟ ଫର ଏଥନିକ ଆଣ୍ଡ ଜେଣ୍ଡର ରାଇଟ୍ସ ଇସୁ,ବୋର୍ଡ ମେମ୍ବର ଅଫ ଗ୍ଲୋବାଲ ଓମାନ ନିଉଜିଲାଣ୍ଡ, ଜଷ୍ଟିସ ଅଫ ଦି ପିସ ଅଫ ନିଉଜିଲାଣ୍ଡ ର ସଦସ୍ୟ ରହିଛନ୍ତି।ପ୍ରବାସୀ ଭାରତୀୟ ଭାବେ ସେ ପ୍ରବାସୀ ଭାରତୀୟ ଦିବସରେ ଯୋଗ ଦେବାକୁ ଓଡିଶା ରେ ପହଞ୍ଚିଛନ୍ତି।ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ,ଅତିରିକ୍ତ ଉପ ଜିଲ୍ଲାପାଳ ନୀଳମାଧବ ମାଝୀ, ଶ୍ରୀମନ୍ଦିର ଲୋକ ସମ୍ପର୍କ ଅଧିକାରୀ ଜିତେନ୍ଦ୍ର କୁମାର ମହାନ୍ତି ପ୍ରମୁଖ ମିସ ଧୀରୁ ଙ୍କୁ ସ୍ବାଗତ କରିବା ସହ ମନ୍ଦିର ଦର୍ଶନ ଓ ପରିକ୍ରମା ପ୍ରକଳ୍ପ ପରିଦର୍ଶନ କରାଇଥିଲେ।ନିଜ ପ୍ରତିକ୍ରିୟା ରେ ମହାପ୍ରଭୁଙ୍କ ଦର୍ଶନ କରି ଓ ପୁରୀ ଆସି ସେ ଅନେକ ଆନନ୍ଦିତ ବୋଲି କହିବା ସହ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ କୁ ମିସ ଧୀରୁ ଧନ୍ୟବାଦ ଜଣାଇଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!