ପ୍ରେମିକା ପାଇଁ ପ୍ରେମିକର ବୈତରଣୀ ନଦୀ ପୋଲ ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ

କେନ୍ଦୁଝର(ଦଶରଥ ବାରିକ): କେନ୍ଦୁଝର ଜିଲ୍ଲା ପାଟଣା ବୈତରଣୀ ନଦୀ ପୋଲ ଉପରୁ ଜଣେ କଲେଜ ଛାତ୍ର ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।କଲେଜ ଛାତ୍ର ଜଣଙ୍କ ହେଲେ ପାଟଣା ଥାନା ରାରିଡିହା ପଞ୍ଚାୟତ ଅନ୍ତର୍ଗତ ଶିଆଳି ଯୋଡ଼ା ଗ୍ରାମର ଦୁଷ୍ମନ୍ତ କୁମାର ମାହାନ୍ତ ବୋଲି ଜଣାପଡ଼ିଛି ।ସେ ଛାତ୍ର ଜଣଙ୍କ ପାଟଣା ମୁଖ୍ୟାଳୟରେ ଏକ ମେସ୍ କରି ରହୁଛନ୍ତି.. ସେ ଗତକାଲି ମଧ୍ୟାହ୍ନରେ ପାଟଣା ବୈତରଣୀ ନଦୀ ପୋଲ ଉପରୁ ଡେଇଁ ପଡିଥିଲେ।

ସେଠାରେ ଲୋକେ ଗାଧୋଇବାକୁ ଯାଇଥିବା ବେଳେ ଲୋକମାନେ ଦେଖି ଉଦ୍ଧାର କରି ପାଟଣା ପୋଲିସକୁ ଖବର ଦେଇଥିଲେ.।ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାତ୍ର ଜଣଙ୍କୁ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରିବାପରେ ତାଙ୍କର ପରିବାର ଲୋକଙ୍କୁ ଜିମା ଦେଇଥିଲେ। କଲେଜ ଛାତ୍ର ଜଣଙ୍କ ପାଟଣା ବ୍ଲକ ଅଞ୍ଚଳର ଅନ୍ୟ ଏକ ମହାବିଦ୍ୟାଳୟ ଜଣେ ଛାତ୍ରୀଙ୍କୁ ଭଲ ପାଉଥିଲେ ଯୁବତୀ ଜଣଙ୍କ ଅଲଗା ପିଲା ସହିତ ମିଳାମିଶା କରୁଥିବା ଦେଖି ସହି ନପାରି ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

error: Content is protected !!