ସ୍ବାମୀ ବିବେକାନନ୍ଦ ବିଦ୍ୟା ମନ୍ଦୀର ର ୨୧ତମ ବାର୍ଷିକ କ୍ରୀଡା ମହୋତ୍ସବ ପାଳନ।

ରାୟଗଡ଼ (ଗୋପୀନାଥ ଗୌଡ଼) : ରାୟଗଡ଼ ସହର ରିଙ୍ଗ ରୋଡ ସ୍ଥିତ ସ୍ଵାମୀ ବିବେକାନନ୍ଦ ବିଦ୍ୟା ମନ୍ଦୀର ର ବାର୍ଷିକ କ୍ରୀଡା ମହୋତ୍ସବ ଅନୁଷ୍ଟିତ ହୋଇ ଯାଇଛି। ସ୍ଥାନୀୟ ଫାୟର ଷ୍ଟେସନ ପାଖ ଖେଳ ପଡିଆ ଠାରେ ୨୧ତମ ବାର୍ଷିକ କ୍ରୀଡ଼ା ଅନୁଷ୍ଟିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ବିଜୟ କୁମାର ଚୌଧୁରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଦ୍ୟାଳୟର ପତ୍ତାକା ଉତ୍ତଳନ କରି ମଶାଲ ଉପସ୍ଥାପିତ କରିଥିଲେ।ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ବନ୍ଧୁତ୍ୱ ପୂର୍ଣ୍ଣ ମନୋଭାବ ରଖି ଖେଳ ରେ ଅଂଶ ଗ୍ରହଣ କରିବା ପାଇଁ ଉପଦେଶ ଦେଇଥିଲେ।

ଏଥିରେ ବିଦ୍ୟାଳୟର ୮୦୦ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ।ଛାତ୍ରଛାତ୍ରୀ ମାନେ ବେଙ୍ଗ ଡିଆଁ, ଲମ୍ବ ଡିଆଁ, ଅଖା ଦୌଡ଼, ମ୍ୟୁଜିକାଲ ଚେୟାର ପରି ବିଭିନ୍ନ ଖେଳରେ ଭାଗ ନେଇ ଉତ୍ସାହିତ ହୋଇଥିଲେ।ଏଥିରେ ବିଜେତା ଛାତ୍ର ଛାତ୍ରୀ ମାନଙ୍କୁ ଜାନୁୟାରୀ ୧୨ତାରିଖ ସ୍ଵାମୀ ବିବେକାନନ୍ଦ ଜୟନ୍ତୀ ପାଳନ ଅବସରରେ ପୁରସ୍କୃତ କରାଯିବ ବୋଲି ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଚୌଧୁରୀ ମତ ବ୍ୟକ୍ତ କରିଛନ୍ତି। ଏହି କାର୍ଯ୍ୟକ୍ରମକୁ ସୂଚାରୁ ରୁପେ ପରିଚାଳନା କରିବା ନିମନ୍ତେ ବିଦ୍ୟାଳୟର ସମସ୍ତ ଗୁରୁଜୀ ଓ ଗୁରୁ ମା ମାନେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!