ବରଗଡ (ମୁକୁନ୍ଦ ଦାସ): ୭୭ତମ ବିଶ୍ୱପ୍ରସିଦ୍ଧ ପବିତ୍ର ଧନୁଯାତ୍ରା ମହୋତ୍ସବ ଅବସରରେ ଓରମାସ ଏବଂ ଜିଲ୍ଲା ପ୍ରଶାସନ, ବରଗଡ଼ ର ମିଳିତ ପ୍ରଚେଷ୍ଟାରେ ଉତଘାଟିତ ହେଇଥିବା ଜାତୀୟ ସ୍ତରୀୟ ପଲ୍ଲିଶ୍ରୀ ମେଳା ଚଳିତ ବର୍ଷ ଖାଦ୍ୟ ଷ୍ଟଲ ର ବେଶ ଚାହିଦା କରିଛି I ଏହି ମେଳାରେ ବିଳମ୍ବିତ ରାତ୍ରୀ ପର୍ୟ୍ଯନ୍ତ ପରିଦର୍ଶକ ମାନକ ଭିଡ ପରିଲକ୍ଷିତ ହେଉଛି I ସୁସ୍ୱାଦୁ ଖାଦ୍ୟ ର ସମ୍ଭାର ଜିଲ୍ଲା ତଥା ଜିଲ୍ଲା ବାହାର ଏବଂ ଅନ୍ୟ ରାଜ୍ୟର ଖାଦ୍ୟ ଗୁଡିକ ଲୋକମାନଙ୍କ ମଧ୍ୟରେ ବେଶ ଆନନ୍ଦ ଆଣିପାରୁଛି I
ରାଜ୍ୟବାହାରୁ ଆସିଥିବା ରାଜସ୍ଥାନୀ ଖାଦ୍ୟ ଷ୍ଟଲ ରେ ବିଭିନ୍ନ ପ୍ରକାର ସୁସ୍ୱାଦୁ ଖାଦ୍ୟ ଯଥା ଏବର୍ଷର ର ବିଶେଷ ଆକର୍ଷଣୀୟ ରାଜସ୍ଥାନୀ ଥାଳି, ବାଜାରା ରୋଟୀ , ଛୋଲେ ଭଟରେ, କଚଢୀ, ରାବଡୀ କୁଲଫି ରାବଡୀ ଘେଁବର ରାଜସ୍ଥାନୀ ଚାଟ ଇତ୍ୟାଦି ମିଳୁଅଚ୍ଛି I ସୋନପୁର ଏବଂ ନୟାଗଡ ରୁ ଆସିଥିବା ଛେନାପୋଡ଼ ଖାଇବାକୁ ଲୋକଙ୍କର ଭିଡ ଜମୁଛି I ନୟାଗଡ ର ଛତୁ ପକୋଡା ମଧ୍ୟ ଲୋକଙ୍କର ବେଶ ପସନ୍ଦ ଆସିଛି I ପଲ୍ଲିଶ୍ରୀ ଖାଦ୍ୟ ମେଳା ରେ ବିଶେଷ ଆକର୍ଷଣ ହେଲା “କଂସ ଥାଳି”, “କୃଷ୍ଣ ଥାଳି” ଏବଂ “ଯଶୋଦା ଥାଳି” , ଯାହା ଲୋକଙ୍କ ମାନଙ୍କ ମଧ୍ୟରେ ବେଶ ଆଦୃତ ହେଇପାରୁଛି I