ମୁନିଗୁଡା ବନାଞ୍ଚଳ ଜଙ୍ଗଲର ପୁନରୁଦ୍ଧାର ନାଁରେ କଟାଯାଉଛି ଶାଗୁଆନ ଗଛ

ରାୟଗଡା(ଗୋପୀନାଥ ଗୌଡ଼) : ରାଜ୍ୟ ଓ କେନ୍ଦ୍ର ସରକାର ଜଙ୍ଗଲ ସୁରକ୍ଷା ଜୀବ ଯନ୍ତୁଙ୍କ ସୁରକ୍ଷା,ଜଙ୍ଗଲକୁ ନିଆଁ ଦାଉରୁ ମୁକ୍ତି ଏପରି କେତେ କଣ ସଚେତନତା ପାଇଁ କୋଟିକୋଟି ଟଙ୍କା ବନବିଭାଗକୁ ଯୋଗାଇ ଦେଉଛନ୍ତି।କିନ୍ତୁ ସେଥିରୁ ଶତକଡା ପ୍ରାୟ 30ରୁ40ମଧ୍ୟରେ ଖର୍ଚ୍ଚ ହେଉଥିବା ଵେଳେ ବଳକା ଆତ୍ମସାତ କରି କାଗଜ କଲମରେ ଶତ ପ୍ରତିଶତ ଦର୍ଶାଇ ସରକାରଙ୍କୁ ଖୁସି କରାଉଥିବା ଵେଳେ ପ୍ରକୃତପକ୍ଷେ ଯେଉଁ ତିମିରକୁ ସେହି ତିମିର ଦେଖା ଦେଇଥିବା ଅଭିଯୋଗ ହେଉଛି।ଏହାର ଏକମାତ୍ର କାରଣ ସ୍ଥାନୀୟ ଵନ କର୍ମଚାରୀ ନିଜର ସ୍ଥାୟୀ ବାସସ୍ଥାନ ଛାଡି ପାରୁନଥିବାରୁ 15ବର୍ଷ ପର୍ଯ୍ୟନ୍ତ ଗୋଟିଏ ରେଞ୍ଜରେ ରହିବାକୁ ଏସିଏଫଙ୍କ ସୁପାରିଶ ଡିଏଫଙ୍କ ନିକଟରେ ଵିଶ୍ବାସ ଭାଜନ ହୋଇଛି।ସେଠାରେ ଡିଏଫ଼ଓ ସର୍ଭିସ ନୀୟମକୁ ଜଳାଞ୍ଜଳୀ ଦେଇ 5ବର୍ଷରୁ ଅଧିକ ହେଲେବି ବଦଳି କରିବା ନାଁ ଧରୁ ନାହାଁନ୍ତି।

ଏହାଦ୍ଵାରା ଜଙ୍ଗଲରେ ସଵୁ ପ୍ରକାର କ୍ରାଇମ ବୃଦ୍ଧି ପାଇଛୁ ଵୋଲି ସ୍ଥାନୀୟ ଅଧୀବାସୀ ଅଭିଯୋଗ କରିଛନ୍ତି।ତିନିଵର୍ଷରୁ ଉର୍ଦ୍ଧ୍ବ ଓ ସ୍ଥାନୀୟ ସ୍ଥାୟୀ ବାସିନ୍ଦା କିମ୍ବା ଅସ୍ଥାୟୀ ବାସିନ୍ଦା କର୍ମଚାରୀଙ୍କୁ କୌଣସି ସ୍ବାର୍ଥ ନ ରଖି ନିରପେକ୍ଷ ଭାବେ ଅନ୍ୟ ରେଞ୍ଜକୁ ବଦଳୀ ପ୍ରକ୍ରୀୟା ଜାରୀ ରଖିଲେ ଵନ ଵିଭାଗରେ ସ୍ବଛତା ଆସିବା ସହ ଜଙ୍ଗଲ ଓ ଜୀଵଜନ୍ତୁ ସୁରକ୍ଷିତ ହେଵ ଵୋଲି ପରିଵେଶ ବିତ୍ ମାନେ ମତ ଦେଇଛନ୍ତି, ଏପରି ଘଟଣା ରାୟଗଡା ଜିଲ୍ଲା ମୁନିଗୁଡା ବନାଞ୍ଚଳରେ ଦେଖିବାକୁ ମିଳିଛି। ଡାଙ୍ଗସୋରଡା ଓ ଚନ୍ଦ୍ରପୁରୁ ଫରେଷ୍ଟ ସେକ୍ସନର ଵିଟମାନଙ୍କରେ ଜଙ୍ଗଲ ବିଭାଗୀୟ କର୍ମଚାରୀଙ୍କ ଜଣାତରେ ଦୀର୍ଘଵର୍ଷ ହେଵ ପ୍ଲାଣ୍ଟେସନ କରାଯାଇଥିବା ଵଡଵଡ ଶାଗୁଆନ ଗଛକୁ ମାଫିଆମାନଙ୍କୁ କାଟିବାର ସୁଯୋଗ ଦେଇ ସେଠାରେ ପୋଡୁଚାଷ ପାଇଁ ପ୍ରୋତ୍ସାହନ ଯୋଗାଈ ଦେଉଛନ୍ତି।

ସେଠାକାର ବନକର୍ମଚାରୀଙ୍କ ସହଯୋଗରେ ଠିକାଦାରମାନେ କିଛି ଗ୍ରାମଲୋକଙ୍କୁ ହାତକରି ଜୀଅନ୍ତା ଗଛ କାଟି କୀର୍ତ୍ତନ ଓ ଠାକୁରାଣୀ ଯାତ୍ରାନାମରେ ବହ୍ଲା କାଟି ଅଳ୍ପ କିଛି କିର୍ତ୍ତନ ଓ ଠାକୁରାଣୀ ପର୍ବରେ ଲାଗିବ ଦେଇ ଅଧାରୁ ଅଧିକ ଠିକାଦାର ତାର ଠିକା କାର୍ଯ୍ୟରେ ବ୍ୟଵହାର କରୁଥିଲେ ମଧ୍ୟ ବନ କର୍ମଚାରୀ କାଠଲୋଡ ଟ୍ରାକ୍ଟର ଦେଖି ମଧ୍ୟ ନିଜର ଫାଇଦା ହାସଲ ପରେ ଛାଡି ଦେଉଥିବା ଏପରି ଡାଙ୍ଗସୋରଡା ଓ ଚନ୍ଦ୍ରପୁରୁ ବନପାଳ ଓ ଵନ ରକ୍ଷୀଙ୍କ ନାମରେ ପୁଳାପୁଳା ଅଭିଯୋଗ ହେଉଛି। ସେହିପରି ନାଉଡୁଗୁଡା ଓ ଜୁମ୍ବାଖାଲ ଫରେଷ୍ଟ ଶାଗୁଆନ ପ୍ଲାଣ୍ଟେସନରୁ ଗଛ କଟାଯାଇ ଧରାପଡିବା ଏଵଂ ମୋଟା ଅଙ୍କରେ ଫରେଷ୍ଟର କାରବାର କରି ରେଞ୍ଜରଙ୍କ ସଲାସୁତରାରେ ରଫାଦଫା ହେବା ଵାଟରେ ଘାଟରେ ଚର୍ଚ୍ଚା ଯୋର ଧରିଥିଲା। ତଥାପି ଏନେଇ ରେଞ୍ଜରଙ୍କୁ ଅଭିଯୋଗ ହେଵାପରେ ଗଣମାଧ୍ୟମରେ ପ୍ରକାଶ ପାଇଥିଲେ ବି ତଦନ୍ତରେ ରେଞ୍ଜର ଘଟଣା ସ୍ଥଳକୁ ନଯିବା କାରଣ କଣ ଥାଇପାରେ ଵୋଲି ସାଧାରଣରେ ସନ୍ଦେୟ ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *

error: Content is protected !!