ରାୟଗଡ(ଗୋପୀନାଥ ଗୌଡ଼): ପୂର୍ଵତନ BJD ସଭାନେତ୍ରୀ ମାନବ ଅଧିକାର ସଦସ୍ୟା ସାବିତ୍ରୀ ଗମାଙ୍ଗ ନିଜ ପରିବାର ସହିତ ମିଶି ଏକର ଏକର ସରକାରୀ ଜମିକୁ ହଡ଼ପ କରିବା ନେଇ ଜିଲ୍ଲା ପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ଗ୍ରାମବାସୀ। ଗ୍ରାମବାସୀ ଏହାକୁ ବିରୋଧ କରିବାରୁ ଗାଁର ଥିବା ବସ୍ତିକୁ ଷଡଯନ୍ତ୍ର ଏବଂ ଭୟଭୀତ କରି ଉଚ୍ଛେଦ ପାଇଁ ପ୍ରୟାସ କରୁଥିବା ଅଭିଯୋଗ ହୋଇଛି। ରାମନାଗୁଡ଼ା ବ୍ଲକର କୁଜେନ୍ଦ୍ରି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନାରାୟଣ ଗୁଡା ଗାଁ ରେ ବନ୍ଧ ଜମି (୪.୬୭) ଏକର ଏବଂ ହରିଜନ ଶ୍ମଶାନ ଜମି (୪.୮୦) ମୋଟ 8ଏକରରୁ ଉର୍ଦ୍ଧ ସରକାରୀ ଜମିକୁ ସାବିତ୍ରୀ ଗମାଙ୍ଗ ଓ ତାଙ୍କ ପରିବାର ନିଜର ବୋଲି ଦାବି କରି ମାଡ଼ି ବସିଛନ୍ତି। ବାଦବିବାଦ ପରେ ଏହି ଜମିକୁ ରାମନାଗୁଡ଼ା ରାଜସ୍ବ ଅଧିକାରୀଙ୍କ ଦ୍ଵାରା ପ୍ରଶାସନ ର ନିର୍ଦ୍ଧେଶ କ୍ରମେ ଏହି ଜମିକୁ ମପା ଯାଇଥିଲା।
ଏହା ସମ୍ପୂର୍ଣ ସରକାରୀ ଜମି ବୋଲି ଜଣା ପଡିବା ପରେ ଉକ୍ତ ପରିବାରକୁ ଜମି ଛାଡ଼ିବାପାଇଁ ରାମନାଗୁଡ଼ା ପ୍ରଶାସନ ନିର୍ଦେଶ ଦେଇଥିଲେ l ନିର୍ଦ୍ଧେଶର ଆଦେଶ ନ ମାନି, ସାବିତ୍ରୀ ଗମାଙ୍ଗ ଏବଂ ତାଙ୍କ ପରିବାର ପ୍ରଶାସନ ଆଦେଶକୁ ବେଖାତିରି କରି ନିଜ ଅକ୍ତିଆରରେ ସେହି ଜମିକୁ ରଖିଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସାବିତ୍ରୀଙ୍କ ପୁର୍ବଜ ମାନେ ୧୦୦ବର୍ଷ ପୂର୍ବେ ଦେଣଲେଣ ପ୍ରକ୍ରିୟାରେ ଦାନ କରିଥିବା ଜାଗାକୁ ଖାଲି କରିବାକୁ ଗାଁ ବସ୍ତିବାସିନ୍ଦାଙ୍କୁ ଅତ୍ୟାଚାର ଏବଂ ଚାପ ପକାଉଥିବା ଜଣାପଡୁଛି l ଏପରିକି ୨ଲକ୍ଷ ଟଙ୍କା ଦେଇ ଏକ ମିଥ୍ୟା ସତ୍ୟପାଠ କରି ସେହି ଜାଗାକୁ ଗାଁ ର ଅନ୍ୟ ଜଣେ ବ୍ୟକ୍ତିକୁ ବିକ୍ରି କରାଗଲା ଭଳି ଅଭିନୟ ସାବିତ୍ରୀ ଗମାଙ୍ଗ କରୁଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି l ଏହିଭଳି ଜୋର୍ ଜବରଦସ୍ତି ଜମି ମାଡ଼ି ବସିଥିବାରୁ ଏହାକୁ ମୁକୁଳାଇବା ପାଇଁ ଗ୍ରାମବାସୀ ରାୟଗଡା ଜିଲ୍ଲାପାଳଙ୍କୁ ସାକ୍ଷାତ କରିଛନ୍ତି। ସବିଶେଷ ତଥ୍ୟ ପ୍ରଦାନ କରି ପ୍ରଶାସନର ହସ୍ତକ୍ଷେପ ପାଇଁ ଅନୁରୋଧ କରିଛନ୍ତି l