ରାୟଗଡ଼ (ଗୋପୀନାଥ ଗୌଡ଼): ଖେଳିବାକୁ ଯାଇ ନାଗାବଳୀ ନଦିରେ ଭାସି ଗଲେ ଦୁଇ ସାଙ୍ଗ। ଖବର ପାଇ ଅଗ୍ନିଶମ ବିଭାଗ ଦୁଇ ଶିଶୁଙ୍କ ମୃତ ଦେହ ଉଦ୍ଧାର କରିଛି।ଖେଳିବାକୁ ଜାଇ ନଈରେ ଭାସି ଯାଇଥିଲେ ଦୁଇ ସାଙ୍ଗ। ଦୀପ୍ତି କନଭେଣ୍ଟ ସ୍କୁଲ ର ଷଷ୍ଠ ଶ୍ରେଣୀରେ ପାଠ ପଢୁଥିଲେ। ଛାତ୍ର ଦୁହେଁ ଖେଳିବା ପାଇଁ ଯାଇଥିଲେ ନଦୀ କୂଳକୁ। ଛାତ୍ର ଦୁହେଁ ପାଣିରେ ବୁଡିଯିବା ଖବର ପାଇ ଅଗ୍ନିଶମ ବାହିନୀ ନଦୀ ମଧ୍ୟରୁ ଦୁଇ ଛାତ୍ରଙ୍କ ମୃତ ଦେହ ଉଦ୍ଧାର କରିଛି। ଏପରି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ସହର ନାଗାବଳୀ ନଈ ଚେକlଗୁଡା ନିକଟ ଝୁଲା ବ୍ରିଜ ଠାରେ। ୪ ଜଣ ସାଙ୍ଗ ଡକାଡକି ହୋଇ ନାଗାବଳୀ ନିକଟ ଝୁଲା ପୋଲରେ ଖେଳିବାକୁ ଯାଇଥିଲେ। ନଦୀ ବାଲି ପଟାରେ ଖେଳୁ ଖେଳୁ ଗୋଡ଼ ଖସିଯିବା ଫଳରେ ପ୍ରଥମେ ସି.ହେଚ ଭାର୍ଗବଙ୍କ ଗୋଡ଼ ଖସି ଯିବାରୁ ତାଙ୍କୁ ବଞ୍ଚାଇବାକୁ ଯାଇ ଶ୍ରୀନୁ କୁମାର ଯାଦବ ମଧ୍ୟ ନଦୀ ସ୍ରୋତରେ ଭାସି ଯାଇଥିଲେ।
ଏବଂ ଅନ୍ୟ ଦୁଇ ସାଙ୍ଗ ଉପରେ ରହିଥିଲେ,ଏବଂ ଘଟଣା ସମ୍ପର୍କରେ ଜନ୍ମେଞ୍ଜୟ ସାଉଁନ୍ତା, ଏ.ନ ଭବେଶ ନିକଟସ୍ଥ ମାରିଗୁଡା ଗ୍ରାମ ବାସୀଙ୍କୁ ଡାକିଥିଲେ। ପରେ ଗ୍ରାମବାସୀ ଅଗ୍ନିଶମ ବିଭାଗକୁ ଖବର କରିବା ପରେ ତାଙ୍କ ମୃତ ଦେହକୁ ଉଦ୍ଧାର କରାଯାଇଛି। ଏହି ଚାରି ଜଣ ବନ୍ଧୁ ଏକ ବେସରକାରୀ ଇଁରାଜି ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପଢୁ ଥିଲେ। ୪ ସାଙ୍ଗ ଖେଳିବା ନିମନ୍ତେ ଡକାଡାକି ହୋଇ ନଦୀ ନିକଟକୁ ଆସିଥିଲେ। ମୃତ ସି.ହେଚ ଭାର୍ଗବ ଙ୍କ ଘର ରାଣିଗୁଡ଼ା ଫାର୍ମ ନିକଟରେ ଓ ଅନ୍ୟ ମୃତ ଛାତ୍ର ଶ୍ରିନୁ କୁମାର ୟାଦବ ଙ୍କ ଘର ସାଇପ୍ରୀୟ ନଗର ଅଞ୍ଚଳରେ। ମୃତକଙ୍କ ପରିବାର ବର୍ଗ ଘଟଣା ସ୍ଥଳରେ ପହଞ୍ଚି ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଯାଇଥିଲା। ଖବର ପାଇ ରାୟଗଡ଼ା ଟାଉନ ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।