ସିଟିଜି ଫାଉଣ୍ଡେସନ’ର ବାର୍ଷିକୋତ୍ସବସମୟଶ୍ରୀଙ୍କୁ ସିଟିଜି ପ୍ରତିଭା ଓ ଶୁଭମଙ୍କୁ ସିଟିଜି ରତ୍ନ ସମ୍ମାନ

କେନ୍ଦୁଝର(ସୀତାରାମ ଦୀକ୍ଷିତ) : କେନ୍ଦୁଝର ଭଳି ଆଦିବାସୀ ଅଧ୍ଯୁଷିତ ପଛୁଆ ଜିଲାରେ ଶିକ୍ଷାକ୍ଷେତ୍ରରେ ରେ ସିଟିଜି ଏକ ବୈପ୍ଳବିକ ପରିବର୍ତ୍ତନ ଆଣିପାରିଛି। କେନ୍ଦୁଝର ସହର ଉପକଣ୍ଠ ନଇଗାଁସ୍ଥିତ ଶିକ୍ଷା ନିକେତନ ଠାରେ ଗୁରୁବାର ଘରୋଇ ଶିକ୍ଷାନୁଷ୍ଠାନ ସିଟିଜି ଫାଉଣ୍ଡେସନ’ର ୨୪ତମ ବାର୍ଷିକୋତ୍ସବରେ ଯୋଗଦେଇ ଅତିଥିଗଣ ଉପରୋକ୍ତ ବକ୍ତବ୍ୟ ପ୍ରଦାନ କରିଛନ୍ତି। ରୋଟାରୀ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଯାଜ୍ଞସିସ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରତିଦ୍ବନ୍ଦିତାମୂଳକ ଯୁଗରେ ଛାତ୍ରଛାତ୍ରୀ କଠିନ ଅଧ୍ୟବସାୟ ବଳରେ ନିଜର ଉତ୍କର୍ଷତା ପ୍ରତିପାଦନ କରି ସମାଜରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ଆହ୍ୱାନ ଦେଇଥିଲେ।

କେନ୍ଦୁଝରଗଡ଼ ପୌରପାଳିକା ଅଧ୍ୟକ୍ଷା ନିକୁ ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇ ଶିକ୍ଷାଦାନ କ୍ଷେତ୍ରରେ ସିଟିଜିର ଭୂମିକାକୁ ଉଚ୍ଚ ପ୍ରଶଂସା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ବେଛାସେବୀ ସଙ୍ଗଠନ ଶତାବ୍ଦୀର ନିର୍ଦ୍ଦେଶକ ସଂଗ୍ରାମ ଦାସ, ସିଟିଜି ସମ୍ପାଦିକା ସୁଭଦ୍ରା ପଲେଇ ପ୍ରମୁଖ ସମ୍ମାନିତ ଅତିଥ୍‌ ଭାବେ ଯୋଗଦେଇ ନିଜସ୍ବ ବକ୍ତବ୍ୟ ରଖିଥିଲେ। ଅନୁଷ୍ଠାନର ଚେୟାରମ୍ୟାନ ରାଜେନ୍ଦ୍ର କୁମାର ପଲେଇ ସଭାପତିତ୍ବ ଅଭିଭାଷଣ ଦେଇଥିଲେ । ଏହି ଅବସରରେ ଅତିଥି ମାନଙ୍କଦ୍ୱାର ପରିଚିତ ଉପସ୍ଥାପିକା ସମୟଶ୍ରୀ ଚାଟାର୍ଜୀଙ୍କୁ ସିଟିଜି ପ୍ରତିଭା ସମ୍ମାନ-୨୦୨୪ ଏବଂ ଓଡିଶା କ୍ରିକେଟ ଦଳର ଯୁବ କ୍ରିକେଟର ଶୁଭମ ପ୍ରିୟଦର୍ଶୀ ଙ୍କୁ ‘ସିଟିଜି ରତ୍ନ- ୨୦୨୪’ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା ।

ପ୍ରାରମ୍ଭରେ ଅନୁଷ୍ଠାନର ଅଧ୍ୟାପିକା ପୂଜା ଅର୍ଚ୍ଚନା ମିଶ୍ର ସ୍ବାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ଯକ୍ଷ ମାନସ ରଞ୍ଜନ ମହାପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ । ଶେଷରେ ଇଂରାଜୀ ଅଧ୍ୟାପକ ଶଶିକାନ୍ତ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ପକ୍ଷରୁ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଗାୟିକା ଇଟୁନ ମହାପାତ୍ର ଓ ଅଭିନେତା ସ୍ୱରାଜଙ୍କ ଦ୍ବାରା ଏକ ଆକର୍ଷଣୀୟ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ପ୍ରତିବର୍ଷ ପରି ମିସ୍ ସିଟିଜି ଓ ମିଷ୍ଟର ସିଟିଜି ଫେସନ ସୋ’ ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *

error: Content is protected !!