ଅବକାରୀ ଚଢ଼ାଉ ଦେଶୀ ଓ ବିଦେଶୀ ମଦ ଜବତ ୨ ଜଣ ପୁରୁଷ ୨ ଜଣ ମହିଳା ଗିରଫ

ମୟୁରଭଞ୍ଜ/କରଞ୍ଜିଆ:(ଜିତେନ୍ଦ୍ର ରାଜ): କରଞ୍ଜିଆ ଅବକାରୀ ଥାନା ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୬.୨୮୮ ଲିଟର ବିଦେଶୀ ମଦ ଓ ୩୪ ଲିଟର ଦେଶୀ ମଦ ଜବତ କରିବା ସହିତ ୨ ଜଣ ପୁରୁଷ ୨ ଜଣ ମହିଳା ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ରୁଡଙ୍ଗ ଜଙ୍ଗଲରେ ଦେଶୀ ମଦ ପ୍ରସ୍ତୁତ ହେଉଥିବା ଖବର ପାଇ ୪୮୦୦ ଲିଟର ମହୁଲ ପୋଚ ସହିତ ୧୩୦ ଲିଟର ଦେଶୀ ମଦ ଜବତ କରିଛି ଓ ଝାରବେଡା ଜଙ୍ଗଲ ରେ ମଧ୍ୟ ଚଢ଼ାଉ କରି ୮୦୦୦ ଲିଟର ମହୁଲ ପୋଚ ସହିତ ୧୭୦ ଲିଟର ଦେଶୀ ମଦ ଜବତ କରି ଜଙ୍ଗଲ ମଧ୍ୟରେ ନଷ୍ଟ କରିଛନ୍ତି ଚଢ଼ାଉ ସମୟରେ ମଦପ୍ରସ୍ତୁତ କାରୀ ମାନେ ସେଠାରୁ ଖସିଯିବାରେ ସକ୍ଷମ ହୋଇଥିଲେ।

ଏହି ଚଢ଼ାଉ ଗୁଡିକରେ ରାଇରଙ୍ଗପୁର ଉପ ଅବକାରୀ ଅଧିକ୍ଷକ ସୌମ୍ୟରଂଜନ ବେହେରା ଙ୍କ ନେତୃତ୍ୱ ରେ କରଞ୍ଜିଆ ଅବକାରୀ ଥାନା ଅଧିକାରୀ ବିନୟ ତୀର୍କୀ, ଠାକୁରମୁଣ୍ଡା, ଯଶିପୁର, ଶୁକୃଳି ଅବକାରୀ ଥାନା ଅଧିକାରୀ, ଫୁଲମଣି ନାଏକ,ରାଜେଶ କୁମାର ଦାସ ଙ୍କ ସହିତ ଅନ୍ୟ କର୍ମଚାରୀ ମିଳିତ ଭାବେ କରଞ୍ଜିଆ ସହର ର ନୂତନ ବସଷ୍ଟାଣ୍ଟ ନିକଟ ରେ ଥିବା ୨ଟି ଦୋକାନ ରେ ଚଢ଼ାଉ କରି ପଙ୍କଜ ଦାସ ଓ ରାଜକୁମାର କଇରୀ ଙ୍କୁ ଗିରଫ କରିଛି। ପଙ୍କଜ ଦାସ ଙ୍କ ଦୋକାନ ରୁ ୩. ୪୮ ଲିଟର ପରିମାଣ ର ବିଭିନ୍ନ ବ୍ରାଣ୍ଡ ର ବିଦେଶୀ ମଦ ଓ ରାଜକୁମାର କଇରୀ ଙ୍କ ଦୋକାନ ରୁ ୩.୨୪୦ ଲିଟର ବିଭିନ୍ନ ବ୍ରାଣ୍ଡ ର ବିଦେଶୀ ମଦ ଜବତ କରି ଉଭୟ ବିକ୍ରେତା ଙ୍କୁ ଗିରଫ କରିଥିଲେ।

ସେହିପରି ବାଲିପୋଷି ଗ୍ରାମରେ ଚଢ଼ାଉ କରି ୨ ଜଣ ମହିଳା ଙ୍କୁ ଗିରଫ କାରୀ ଥିଲେ ଗିରଫ ସୂର୍ଯ୍ୟମଣି ଟୁଡୁ ଙ୍କ ନିକଟରୁ ୧୯ ଲିଟର ଦେଶୀ ମଦ ଓ ଗିରଫ ଦମୟନ୍ତୀ ସୋରେନ ଙ୍କ ନିକଟରୁ ୧୮ ଲିଟର ଦେଶୀ ମଦ ଜବତ କରାଯାଇ ବିକ୍ରେତା ଙ୍କୁ ଅବକାରୀ ବିଭାଗ ଗିରଫ କରି ସମସ୍ତ ୪ ଗିରଫ ଅଭିଯୁକ୍ତ ଙ୍କ ଡାକ୍ତରୀ ପରୀକ୍ଷା ପରେ କୋର୍ଟ ଚାଲାଣ କରିଥିବା ନେଇ କରଞ୍ଜିଆ ଅବକାରୀ ଥାନା ଅଧିକାରୀ ବିନୟ ତୀର୍କୀ ସୂଚନା ଦେଇଛନ୍ତି ମୟୁରଭଞ୍ଜ କରଞ୍ଜିଆ ରୁ ଜିତେନ୍ଦ୍ର ରାଜ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *

error: Content is protected !!