ଯୋଡ଼ା (ସୀତାରାମ ଦୀକ୍ଷିତ ) :କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ପଛ ପାଣି କୁଣ୍ଡ ପାଳିଟିଛି ମଶା ମାନଙ୍କର ଗନ୍ତାଘର।ମାନିନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଆହ୍ବାନ କ୍ରମେ ସାରା ଭାରତ ସମେତ ରାଜ୍ୟରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଚାଲୁଥିବା ବେଳେ ଯୋଡ଼ା ବ୍ଲକ ରେ ଦେଖିବାକୁ ମିଳିଛି ତାର ଓଲଟା ଦୃଶ୍ୟ। ଯୋଡ଼ା ବିଡ଼ିଓ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ କେବଳ କାଗଜ କଲମ ରେ ସୀମିତ ରଖିଛନ୍ତି ବୋଲି ତାର ପ୍ରମାଣ ସାଜିଛି ଏହି ପାଣି କୁଣ୍ଡ ରେ ୬ ମାସ ଉର୍ଦ୍ଧ୍ବ ରୁ ଜମା ହୋଇଥିବା ଅପରିଷ୍କାର ପାଣି।
ଏହି ଅପରିଷ୍କାର ପାଣି ରେ ନାନା ପ୍ରକାର ର ପୋକ ,ଝିଟିପିଟି,ପଚାଷୋଡା ଆବର୍ଜନା ପୋଡିରହିଛି ଯାହା ଫଳରେ ଦୃଗନ୍ଧ ହେବାରେ ଲାଗିଛି।ଯୋଡ଼ା ବଡ଼ବିଲ ଅଞ୍ଚଳରେ ନିକଟରେ ଡେଙ୍ଗୁ ରୋଗ ବହୁମାତ୍ରାରେ ବ୍ୟାପିଥିଲା ଯାହା ପରିଣାମ ସ୍ୱରୂପ ସ୍ଥିତି ଅଣାୟତ ହେବାର ଦେଖିବାକୁ ମିଳିଥିଲା।ଏ ନେଇ ସ୍ୱାସ୍ଥ୍ୟ ବିଭାଗ ତରଫରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରିଥିଲେ ସୁଦ୍ଧା ଯୋଡ଼ା ବ୍ଲକ ଏ ନେଇ ସଜାଗ ନ ଥିବାର ପ୍ରମାଣ ଦେଖିବାକୁ ମିଳିଛି।