କୋଟିଆ ଭାଗ୍ୟ କେବେ ବଦଳିବ

ଭୁବନେଶ୍ୱର (ସମୀର ରଞ୍ଜନ ନାୟକ): ଓଡିଶା ରାଜ୍ୟର ଜନସାଧାରଣ ମାନେ ପଡୋଶୀ ରାଜ୍ୟର ଲୋକ ସହ ଭାଇଚାରା ସମ୍ପର୍କରେ ଚଳନ୍ତି ଏବଂ ପଡୋଶୀ ରାଜ୍ୟର ଅଧିବାସୀ ମାନେ ମଧ୍ୟ୍ୟ ଓଡିଶା ସୀମାନ୍ତରେ ବାସ କରୁଥିବା ଲୋକଙ୍କ ସହିତ ମଧ୍ୟ ଉତ୍ତର ସମ୍ପର୍କ ରଖିଛନ୍ତି l ସୂଚନା ଯୋଗ୍ୟ ଯେ l କୋଟିଆ ପାଇଁ ଚାଲିଛି ଲମ୍ବା ଲଢ଼େଇ। ଏହି ଲଢ଼େଇର ଭବିଷ୍ୟତ କ’ଣ ହେବ ତାହା ସ୍ପଷ୍ଟ ହୋଇପାରୁନି। ଅନ୍ୟପଟେ ଗ୍ରାମପୁଞ୍ଜର ବିକାଶ ପାଇଁ ୧୦୮ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଓଡ଼ିଶା ଖର୍ଚ୍ଚ କରିସାରିଲାଣି। ତଥାପି କୋଟିଆବାସୀଙ୍କ ଦିଶା ବଦଳିଲା ନା ଦଶା ବଦଳିଲା। କୋଟିଆ ପଞ୍ଚାୟତର ୨୧ ଗାଁ ଏବଂ ୭ ପଡ଼ା ପାଇଁ ଆନ୍ଧ୍ର ସହ ୧୯୬୮ ମସିହାରେ ବିବାଦର ସୂତ୍ରପାତ ହୋଇଥିଲା। ଆନ୍ଧ୍ରର ଅନୁପ୍ରବେଶ ଯୋଗୁ ଦୁଇ ରାଜ୍ୟ ମଧ୍ୟରେ ସଂପର୍କ ତିକ୍ତ ହୋଇଛି।

ବିବାଦ ବର୍ତ୍ତମାନ ସୁପ୍ରିମକୋର୍ଟରେ ବିଚାରାଧୀନ। ତେବେ ସୁପ୍ରିମକୋର୍ଟ ରାୟ ଶୁଣାଇବା ପୂର୍ବରୁ ନିଜ ପକ୍ଷକୁ ମଜଭୁତ କରିବା ନିମନ୍ତେ ଆନ୍ଧ୍ର କଳ, ବଳ ସହ କୌଶଳ ଲଗାଇ ଦେଇଛି। ଓଡ଼ିଶା ଏବଂ ଓଡ଼ିଆ ଅସ୍ମିତା ଅସ୍ତିତ୍ବ ହରାଇବା ସ୍ଥିତିକୁ ଆସିବା ପରେ ଓଡ଼ିଶା ସରକାରଙ୍କ ଚେତା ଉଦୟ ହୋଇଥିଲା। ସରକାର ଏହି ସୀମାନ୍ତ ଗ୍ରାମପୁଞ୍ଜର ବିକାଶ ଲାଗି ୧୦୮କୋଟି ୫୩ଲକ୍ଷ ୧୨ହଜାର ୩୩୯ଟଙ୍କା ଖର୍ଚ୍ଚ କରିଛନ୍ତି। ପ୍ରତି ଗାଁରେ ରାସ୍ତା, ବିଦ୍ୟାଳୟ, ଅଙ୍ଗନୱାଡି ଗୃହ, ମିଶନଶକ୍ତି ଗୃହ, ୧୦ଶଯ୍ୟା ବିଶିଷ୍ଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ବଜାର ପିଣ୍ଡି, ଥାନା ନିର୍ମାଣ କରାଯାଇଛି। ବିଦ୍ୟୁତ୍‌ ସଂଯୋଗ ଓ ମୋବାଇଲ ଟାୱାର ସ୍ଥାପନ ସହ ଲୋକଙ୍କ ପାଇଁ ଜୀବିକାର ବ୍ୟବସ୍ଥା କରାଯାଇଛି ବୋଲି ବିଧାନସଭାରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଥିଲେ ।ମନ୍ତ୍ରୀଙ୍କ ତଥ୍ୟ ଏବଂ କୋଟିଆର ବାସ୍ତବ ଚିତ୍ରରେ କିନ୍ତୁ ବଡ଼ ଅନ୍ତର ରହିଛି। କାରଣ ଏବେ ବି ଲୋକ ତ୍ରିଶଙ୍କୁ ଅବସ୍ଥାରେ ଜୀବନ ଅତିବାହିତ କରୁଛନ୍ତି। ନିଜର ତଥା ପରବର୍ତ୍ତୀ ପିଢ଼ିର ଭବିଷ୍ୟତକୁ ନେଇ ବି ଆଶଙ୍କା ବ୍ୟକ୍ତ କରିଛନ୍ତି।

କାରଣ ଉତ୍ପାଦନ କରୁଥିବା କଦଳୀ, ତେନ୍ତୁଳି, ପରିବା, ମାଣ୍ଡିଆ, ସୁଆଁ ଆଦି ବିକ୍ରି ପାଇଁ ଆନ୍ଧ୍ରପ୍ରଦେଶର ନନ୍ଦା ତଥା ସାରିକି ହାଟ ଉପରେ ନିର୍ଭର କରୁଛନ୍ତି। ଅନେକ ଗାଁକୁ ଏଯାଏ ଯୋଗାଯୋଗ ନିମନ୍ତେ ପକ୍କା ରାସ୍ତା ନିର୍ମାଣ ହୋଇନି। ଯଦିବା ସରକାରୀ କାର୍ଯ୍ୟାଳୟ ଖୋଲିଛି ତେବେ କର୍ମଚାରୀ ରହିବା ପାଇଁ କ୍ବାର୍ଟର୍ସ ନିର୍ମାଣ ହୋଇପାରିନି। ୫୦ବର୍ଷରୁ ଅଧିକ ପୁରୁଣା ବିବାଦର ସମାଧାନ ହୋଇପାରିବ। ଏଥିପାଇଁ ରାଜନୈତିକ ସ୍ଥିତି ମଧ୍ୟ ଅନୁକୂଳ ସଙ୍କେତ ଦେଉଛି। ବିବାଦର ସମାଧାନ ନିମନ୍ତେ ଦ୍ବିପାକ୍ଷିକ ଆଲୋଚନା ସହ ସର୍ବାଙ୍ଗୀନ ବିକାଶ ନିମନ୍ତେ ଏକକାଳୀନ ପ୍ରୟାସ ଅପରିହାର୍ଯ୍ୟ ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି l ଏ ହାର ସମଧାନ ସମ୍ଭବ l ଯଦି ଏହାକୁ ଗୁରୁତର ସହିତ ଚିନ୍ତାକରି ଉଭୟ ରାଜ୍ୟର ମିଶି ନିଷ୍ପତି ନେବେ ତେବେ ସମାଧାନର ବାଟ ବାହାରୀ ପାରିବ

Leave a Reply

Your email address will not be published. Required fields are marked *

error: Content is protected !!