ସନସାଇନ ସ୍ପୋର୍ଟିଙ୍ଗ କ୍ଲବର ଅନୁଷ୍ଠିତ ଆନ୍ତଃଜିଲ୍ଲା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଭୁବନେଶ୍ୱର (ସମୀର ରଞ୍ଜନ ନାୟକ): ଖୋର୍ଦ୍ଧା ଜିଲ୍ଲା ଅଧିନସ୍ଥ ବାଣପୁର ବ୍ଲକ ଅନ୍ତର୍ଗତ ଓଡ଼ଗାଁ ଠାରେ ସନସାଇନ ସ୍ପୋର୍ଟିଙ୍ଗ କ୍ଲବର ଆନ୍ତଃଜିଲ୍ଲା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି l ଏଗାରଦିନ ବ୍ୟାପି ଚାଲିଥିବା ଟୁର୍ଣ୍ଣାମେଣ୍ଟରେ ସମୁଦାୟ ୧୬ଟି ଟିମ ସାମିଲ ହୋଇଥିଲା ।ଉଦଯାପନ ଦିବସ ଫାଇନାଲ ମ୍ୟାଚ ଟାଙ୍ଗୀ ବଡ଼ପାରି ହର ହର ହିଟର କ୍ଲବ ଏବଂ ସନସାଇନ ସ୍ପୋର୍ଟିଙ୍ଗ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ସନସାଇନ କ୍ଲବ ମ୍ୟାଚ ଜିତିଥିଲା। ହର ହର ହିଟର କ୍ଲବ ରନର୍ସରେ ସନ୍ତୁଷ୍ଟ ହୋଇଥିଲା।

ଫାଇନାଲ ମ୍ୟାଚଜିତିଥିବା ଦଳକୁ ଟ୍ରଫି ସହ ୨୨୦୦୦ଟଙ୍କା ପୁରସ୍କାର ମିଳିଥିବା ବେଳେ ରନର୍ସ ଦଳକୁ ୧୫୦୦୦ ଟଙ୍କାର ସାନ୍ତ୍ୱନା ମୂଳକ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା।ଫାଇନାଲ ମ୍ୟାଚରେ ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ନନ୍ଦପୁର ସରପଞ୍ଚ ପୁଷ୍ପମିତ୍ର ଖୁଣ୍ଟିଆ, ଯୁବନେତା କାଁହୁଚରଣ ପ୍ରଧାନ ଅତିଥି ଭାବେ ଯୋଗ ଦେଇ ଖେଳାଳି ପୁରସ୍କାର ବିତରଣ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!