ଧର୍ମପରାୟଣ ବ୍ୟକ୍ତି ଶୁକ ମୁଣ୍ଡାଙ୍କ ପରଲୋକରେ ଶୋକ ଛାୟା ଖେଳିଯାଇଛି

କେନ୍ଦୁଝର(ସୀତାରାମ ଦୀକ୍ଷିତ): ଯୋଡ଼ା ବ୍ଲକ ଭଦ୍ରାସାହି ପଞ୍ଚାୟତ ଟଣ୍ଟୋ ଅଞ୍ଚଳର ବିଶିଷ୍ଟ ସମାଜସେବୀ ଓ ଧର୍ମପରାୟଣ ବ୍ୟକ୍ତି ଶୁକମୁଣ୍ଡା (୭୬) ହୃତଖାତ ରେ ଶନିବାର ରାତିରେ ନିଜସ୍ବ ବାସଭବନରେ ପରଲୋକ ଗମନ କରିଛନ୍ତି। ସ୍ବର୍ଗତ ଶୁକ ମୁଣ୍ଡା ସ୍ଥାନୀୟ ଅଞ୍ଚଳରେ ଜଣେ ଧର୍ମ ପରାୟଣ ଓ ପରୋପକାରୀ ଭାବେ ଖ୍ୟାତି ଅର୍ଜନ କରିଥିଲେ।ତାଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ମୃତ୍ୟୁ ଶଯ୍ୟା ନିକଟରେ ଦୁଇ ପୁତ୍ର ରବି ମୁଣ୍ଡା, ସଞ୍ଜୟ ମୁଣ୍ଡା,ବହୂ,ଦୁଇ ଝିଅ ସମେତ ନାତି ନାତୁଣୀ ଉପସ୍ଥିତ ଥିଲେ। ବିୟୋଗ ଖବର ପ୍ରସାରିତ ହେବା ପରେ ପରିବାର ବର୍ଗଙ୍କ ସମେତ ପଞ୍ଚାୟତ ର ବହୁ ବୁଦ୍ଧିଜୀବୀ, ସମାଜସେବୀ ଓ ରାଜନେତା ଅଞ୍ଚଳବାସୀଙ୍କ ଉପସ୍ଥିତିରେ ଏକ ଶୋକାକୁଳ ପରିବେଶରେ ଟଣ୍ଟୋ ଗ୍ରାମରେ ଠାରେ ସ୍ବର୍ଗତ ଶୁକ ମୁଣ୍ଡା ଆଦିବାସୀ ଙ୍କ ପରମ୍ପରା ରେ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଥିଲା।

Leave a Reply

Your email address will not be published. Required fields are marked *

error: Content is protected !!