ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ରାୟଗଡ (ଗୋପୀନାଥ ଗୌଡ଼): ସ୍ଥାନୀୟ ହୋଟେଲ ସାଇ ଇଣ୍ଟେରନାସିନlଲ, ରାୟଗଡ ଠାରେ ଜିଲ୍ଲାର ଦୁଇ ବରିଷ୍ଠ ଅଧିକାରୀଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା l ଶ୍ରୀ ଭାସ୍କର ରଇତ, ଅତିରକ୍ତ ଜିଲ୍ଲାପାଳ ରାୟଗଡ, ଓ ଡ଼ଃ ଦୟାନିଧି ବାଗ, ପ୍ରକଳ୍ପ ନିର୍ଦେଶକ ଜଳବିଭାଜିକା ମିଶନ, ରlୟଗଡ଼ଙ୍କ ପଦନ୍ନତି ଜନିତ ଭୁବନେଶ୍ୱରକୁ ବଦଳି ହୋଇଥିବାରୁ କିଛି ବିଭାଗୀୟ ଅଧିକାରୀଙ୍କ ଦ୍ୱାରା ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା l

ସିଆରପିଏଫ କମାଣ୍ଡାଣ୍ଟ ଶ୍ରୀ ଫିରୋଜ଼ ଖୁଜୁରଙ୍କ ଅଧ୍ୟକ୍ଷତlରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଡା . ଦେବରାଜ ନାୟକ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ, ରାୟଗଡ, ଶ୍ରୀ ଦୟାନିଧି ରାଉତ, ଉପନିର୍ଦେଶକ ଉଦ୍ୟାନ ବିଭାଗ, ଶ୍ରୀ ସହଦେଵ କିଷାନ, ନିର୍ବାହୀ ଯନ୍ତ୍ରୀ ଜନସ୍ୱାସ୍ଥ୍ୟ ବିଭାଗ, ରlୟଗଡ଼, ଶ୍ରୀ ବସନ୍ତ କୁମାର ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ରାୟଗଡ,ଶ୍ରୀ ଜ୍ଞାନ ରଞ୍ଜନ ସେଠୀ, ଜିଲ୍ଲା ମତ୍ସ୍ଯ ଅଧିକାରୀ, ରାୟଗଡ ଏବଂ ଶ୍ରୀ ନିହାର ରଞ୍ଜନ ସାହୁ, ମୁଖ୍ୟ ଶାଖା ଅଧିକାରୀ, ଆଇଡ଼ିବିଆଇ, ରlୟଗଡ଼ ଶାଖା ଆଦି ଅଧିକାରୀମାନେ ସପରିବାର ଯୋଗଦାନ କରିଥିଲେ l

ପ୍ରକାଶ ଥାଉକି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରଇତଙ୍କର ଅତିରିକ୍ତ ଶlସନ ସଚିବ ଭାବେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗକୁ ବଦଳି ହୋଇଥିବା ବେଳେ, ପ୍ରକଳ୍ପ ନିର୍ଦେଶକ ଡ଼ଃ ବାଗଙ୍କର ପଦଉନ୍ନତି ହୋଇ ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦେଶକ ଭାବେ ନୂତନ ନିଯୁକ୍ତି ପାଇଛନ୍ତି l

Leave a Reply

Your email address will not be published. Required fields are marked *

error: Content is protected !!
Open chat
ଜୟ ଜଗନ୍ନାଥ 🙏🏻
ଶ୍ରୀକ୍ଷେତ୍ର ନ୍ୟୁଜକୁ ସ୍ୱାଗତ