ନିଆରା ଢଙ୍ଗରେ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ପାଳନ କରାଗଲା – ସେବା ଭାରତୀ ଓ ସକ୍ଷମ

ରାୟଗଡା (ଗୋପୀନାଥ ଗୌଡ଼): ଚଳିତ ବର୍ଷ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଅବସରରେ ରାୟଗଡା ବସଷ୍ଟାଣ୍ଡ ପାଖରେ ସେବା ଭାରତୀ ଓ ସକ୍ଷମର ମିଳିତ ପ୍ରୟାସରେ ୫୦ ରୁ ଅଧିକ ଦିବ୍ୟାଙ୍ଗ ମାନଙ୍କୁ କମ୍ବଳ ଓ ଫଳ ବଣ୍ଟନ କରାଯାଇଛି | ଦିବ୍ୟାଙ୍ଗ ମାନଙ୍କ ପ୍ରତି ସର୍ବଦା କାମ କରୁଥିବା ସକ୍ଷମ ଓ ସେବା ଭାରତୀକୁ ପ୍ରଶଂସା କରିଛି ରାୟଗଡା ଭିନକ୍ଷମ ମହାସଙ୍ଘ ଓ ଓଡିଶା ବିକଳାଙ୍ଗ ମଞ୍ଚ | ସକ୍ଷମର ରାୟଗଡା ଜ଼ିଲ୍ଲା ସଭାପତି ଅନିତା ନନ୍ଦଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି |

ଉକ୍ତ କାର୍ଯ୍ୟକ୍ରମରେ ସକ୍ଷମର ରାଜ୍ୟ ସଂରକ୍ଷକ ଡା ବାଦଲ କୁମାର ତା, ରାଜ୍ୟ ଉପ ସଭାପତି ରାମଚନ୍ଦ୍ର ସାହୁ, ରାଜ୍ୟ ସଚିବ ଶ୍ୟାମ ଦାଶ,ଗ୍ରାମ ବିକାଶ ରାଜ୍ୟ ସଂଯୋଜକ ସ୍ଵପ୍ନେଶ୍ଵର ପ୍ରଧାନ, ସକ୍ଷମ ଜ଼ିଲ୍ଲା ଦିବ୍ୟାଙ୍ଗ କେନ୍ଦ୍ର ପାଳକ ବିଦ୍ୟା ସାଗର, ସେବା ଭାରତୀ ରାୟଗଡା ଜ଼ିଲ୍ଲା ସଚିବ ବିଦ୍ୟା ଭୂଷଣ ପଣ୍ଡା,ରାୟଗଡା ଭିନକ୍ଷମ ମହାସଂଘର ସମ୍ପାଦକ ଜଳେନ୍ଦ୍ର ବାଚେଲି, ଓଡିଶା ବିକଳାଙ୍ଗ ମଞ୍ଚର ରାୟଗଡା ଶାଖା ସଭାପତି ରାକେଶ ହିମିରିକା, ଦିବ୍ୟାଙ୍ଗ ମିତ୍ର ସନ୍ତୋଷ ମହାପାତ୍ର, ଟି ନାଗରାଜୂ, ବିଜୟ ଉଲ୍ଲାକା ଓ ଚିଣ୍ଟୁ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ |

Leave a Reply

Your email address will not be published. Required fields are marked *

error: Content is protected !!