ବୁଗୁଡ଼ାରେ ନୂତନ ବିଡିଓଙ୍କ ଯୋଗଦାନ

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ବୁଗୁଡ଼ା ବ୍ଲକରେ ନୂତନ ବିଡିଓ ଭାବେ ଦୂତିକୃଷ୍ଣ ପାତ୍ର ଯୋଗ ଦେଇଛନ୍ତି l ସେ ପୂର୍ବରୁ କୋରାପୁଟ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ l ସେ ବୁଗୁଡ଼ା ବିଡ଼ିଓ ଭାବେ ଯୋଗ ଦେବା ପରେ ବ୍ଲକ କର୍ମଚାରୀମାନେ ତାଙ୍କୁ ଆଜି ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ l ଏଠାରେ ଥିବା ବିଡ଼ିଓ ସନ୍ତୋଷ କୁମାର ଜେନାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାକୁ ବଦଳି ହେବା ପରେ ଦୀର୍ଘ ଦିନ ହେଲା ତହସିଲଦାର ତାପସ ରାଉତ ବିଡ଼ିଓ ଦାୟିତ୍ୱରେ ରହିଥିଲେ l ଏଵେ ସ୍ଥାୟୀ ବିଡ଼ିଓ କାର୍ଯ୍ୟଭାର ଗ୍ରହଣ କଲା ପରେ ପଞ୍ଚାୟତ ସ୍ତରୀୟ ବିଭିନ୍ନ ଉନ୍ନୟନ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ ବୋଲି ଆଶା କରାଯାଉଛି l

Leave a Reply

Your email address will not be published. Required fields are marked *

error: Content is protected !!