୩୬ତମ ସର୍ବଭାରତୀୟ ଲାଲମନି କ୍ରିକଫେଷ୍ଟ୍-୨୦୨୫ ଉଦଘାଟିତ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ଜିଲ୍ଲା କ୍ରିକେଟ ସଂଘ ପକ୍ଷରୁ ସୁବର୍ଣ୍ଣପୁର ଗାନ୍ଧି ଷ୍ଟାଡିୟମ୍ ଠାରେ ଆୟୋଜିତ ହୋଇଥିବା ୩୬ ତମ ସର୍ବ ଭାରତୀୟ ଲାଲମନି କ୍ରିକଫେଷ୍ଟ୍-୨୦୨୫ ଆଜି ସନ୍ଧ୍ୟା ୭ଟା ସମୟରେ ମହାସମାରୋହରେ ଶୁଭ ଉଦଘାଟନ ହୋଇଯାଇଛି l ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସୋନପୁର ବିଧାୟକ ଶ୍ରୀ ନିରଞ୍ଜନ ପୂଜାରୀ ଯୋଗ ଦେଇ ଏହା କୁ ଶୁଭ ଉଦଘାଟନ କରି ଲାଲମନି କ୍ରିକେଟ ସୁବର୍ଣ୍ଣପୁର ଜିଲ୍ଲା ର ମର୍ଯ୍ୟାଦା ବଢ଼ାଇଛି l

ଏଣୁ ଏହି ଟର୍ଣlମେଣ୍ଟ କିଭଳି ଆହୁରି ବ୍ୟାପକ ସ୍ତର ରେ ପ୍ରତିଷ୍ଠା ହେବ , ଖେଳ ଶୃଙ୍ଖଳା ହେବ ଓ ଷ୍ଟାଡିୟମ୍ ର ସୋନ୍ଦର୍ଯ୍ୟ ବଢ଼ିବ ସେ ଦିଗରେ ସମସ୍ତ ସିଟିଜେନ ଯତ୍ନବାନ ହେବାକୁ ମତ ରଖିଥିଲେ l ସମ୍ମାନିତ ଅତିଥି ଭାବେ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ତାମସି ତାମ ସ୍ମିତା ନାଏକ, କ୍ରିକେଟ ସଂଘ ସଭାପତି ଶ୍ରୀ ରାମ ଶଙ୍କର ସାହୁ, ସଂପାଦକ ପ୍ରଦୀପ କୁମାର ସେଠୀ, ବରିଷ୍ଠ ସଦସ୍ୟ ବି ସତ୍ୟ ନାରାୟଣ ରାଓ ଯୋଗ ଦେଇ ଥିଲେ l ସମସ୍ତ କ୍ରିକେଟ୍ ଟିମ୍ ର ଫ୍ରାଞ୍ଚାଇଜ୍ ମାନଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ବାରା ସମ୍ବର୍ଧିତ କରାଯାଇଥିଲା l

ସଭାପତି ଶ୍ରୀ ସାହୁ ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ବି ସତ୍ୟ ନାରାୟଣ ରାଓ ଧନ୍ୟବାଦ୍ ଅର୍ପଣ କରିଥିଲେ l ପରେ ପରେ ଏହି ଷ୍ଟାଡିୟମ ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରା ଯାଇଥିଲା l ସଙ୍ଗୀତକାର ବ୍ରହ୍ମା କୁମ୍ଭାର ଟ୍ରୁପ୍ କଳାକାର ଙ୍କ ଦ୍ବାରା ସଂଗୀତ ପରିବେଷଣ କରଯାଇଥିବା ବେଳେ ଗେଷ୍ଟ ଆର୍ଟିଷ୍ଟ୍ ସଜନୀ… କାଣା ହୋଇଗଲା ଗୀତ ର ଫେମସ ସିଙ୍ଗର ଅମର ଦାସ ଙ୍କ ସଂଗୀତ ଦର୍ଶକ ଙ୍କୁ ମନ୍ତ୍ର ମୁଗ୍ଧ କରିଥିଲା l

Leave a Reply

Your email address will not be published. Required fields are marked *

error: Content is protected !!