ଝାଡ଼ାବାନ୍ତି ସ୍ଥିତି ଉପରେ ନଜର ରଖିବାକୁ ମୁଖ୍ୟମନ୍ତ୍ରୀ ମୋତେ ନିର୍ଦେଶ ଦେଇଛନ୍ତି: ସ୍ବାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର /ପୁରୀ(ସମୀର ରଞ୍ଜନ ନାୟକ):କଣାସ ଅଞ୍ଚଳ ରେ ଡା ଇରିଆ ରେ ଜଣଙ୍କ ମୃତ୍ୟୁ ପରେ ରାଜ୍ୟ ସରକାର ଏହାକୁ ଗୁରୁତ୍ୱରସହନେଇ ଛନ୍ତି l ତେବେ କଣାସ ଅଞ୍ଚଳରେ ଝାଡ଼ାବାନ୍ତି ବ୍ୟାପିବାକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସ୍ୱାସ୍ଥ୍ୟ ବିଭାଗ ଟିମ କଣାସ ଅଞ୍ଚଳକୁ ପଠା ଯାଇଛି। ପର୍ଯ୍ୟାପ୍ତ ପରିମାଣର ଅବଶ୍ୟକୀୟ ଔଷଧ ମହଜୁଦ ଅଛି। ଲୋକଙ୍କୁ ସଚେତନ କରାଯାଉଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ କଣାସ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ କଡା ନିର୍ଦେଶ ଦିଆ ଯାଇଛି।ସରକାର ସଜାଗ ଅଛନ୍ତି। ଚିକିତ୍ସା ସେବା ଠିକରେ ଚାଲିଛି। ଝାଡ଼ାବାନ୍ତି ସ୍ଥିତି ଉପରେ ନଜର ରଖିବାକୁ ମୁଖ୍ୟମନ୍ତ୍ରୀ ମୋତେ ନିର୍ଦେଶ ଦେଇଛନ୍ତି।

ସେ ଅଂଚଳରେ କିପରି ଅଧିକ ଝାଡ଼ାବାନ୍ତି ନ ବ୍ୟାପେ ସେଥିପାଇଁ ଆମେ ପଦକ୍ଷେପ ନେଉଛୁ, ଆଉ ସଜାଗ ଅଛି।ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ପ୍ରତିକ୍ରିୟା। ରଖି କହିଛନ୍ତି,ଲୋକଙ୍କୁ ସଚେତନ କରାଯାଉଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ କଣାସ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ କଡା ନିର୍ଦେଶ ଦିଆ ଯାଇଛି। ସରକାର ସଜାଗ ଅଛନ୍ତି। ଚିକିତ୍ସା ସେବା ଠିକରେ ଚାଲିଛି। ଝାଡ଼ାବାନ୍ତି ସ୍ଥିତି ଉପରେ ନଜର ରଖିବାକୁ ମୁଖ୍ୟମନ୍ତ୍ରୀ ମୋତେ ନିର୍ଦେଶ ଦେଇଛନ୍ତି।ସେ ଅଂଚଳରେ କିପରି ଅଧିକ ଝାଡ଼ାବାନ୍ତି ନ ବ୍ୟାପେ ସେଥିପାଇଁ ଆମେ ପଦକ୍ଷେପ ନେଉଛୁ, ଆଉ ସଜାଗ ଅଛି।

Leave a Reply

Your email address will not be published. Required fields are marked *

error: Content is protected !!