ଭୁବନେଶ୍ୱର :(ସମୀର ରଞ୍ଜନ ନାୟକ )ଭୁବନେଶ୍ୱର: ଅଯୋଗ୍ୟ ରାସନ୍ କାର୍ଡ ହିତାଧିକାରୀଙ୍କୁ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ତାଗିଦ୍। ମନ୍ତ୍ରୀ କହିଲେ, ‘ଅଯୋଗ୍ୟ ହିତାଧିକାରୀଙ୍କୁ ଅପିଲ୍ କରୁଛି ସରେଣ୍ଡର କରିଯାଆନ୍ତୁ। ସରେଣ୍ଡର ନକଲେ ନିଆଯିବ କାର୍ଯ୍ୟାନୁଷ୍ଠାନ। କାର୍ଡ ସରେଣ୍ଡର କଲେ କୌଣସି କାର୍ଯ୍ୟାନୁଷ୍ଠାନ ହେବନାହିଁ । ସାରା ରାଜ୍ୟରେ ଲକ୍ଷ ଲକ୍ଷ ଅଯୋଗ୍ୟ ହିତାଧିକାରୀ ରହିଛନ୍ତି । ଏପରି ଅନେକ ଲୋକ ରାସନ କାର୍ଡ ବ୍ୟବହାର କରୁଛନ୍ତି ଯେଉଁ ମାନେ ସରକାରୀ ଚାକିରି କରିଛନ୍ତି ଏପରିକି ଅନେକ ଡାକ୍ତର ଓ ଶିକ୍ଷକଙ୍କ ପାଖରେ ମଧ୍ୟ ରାସନ୍ କାର୍ଡ ରହିଛି । ତେବେ ଏପରି ଅଯୋଗ୍ୟ ରାସନ୍ କାର୍ଡ ହିତାଧିକାରୀଙ୍କୁ ନି ତୁରନ୍ତ କାର୍ଡ ସରେଣ୍ତ କରିବା ନିର୍ଦ୍ଦେଶ ଦିଆଯାଇଛି । ମନ୍ତ୍ରୀ ଆହୁରି କହିଛନ୍ତି, ଇ-କେୱାଇସି ସରିବା ପୂର୍ବରୁ ସରେଣ୍ତର କରିନିଅନ୍ତୁ ଏପରି କୌଣସି ଡେଡଲାଇ ନାହିଁ ।