ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଙ୍କୁ ହାଇ କୋର୍ଟ ପକ୍ଷରୁ ନୋଟିସ

ପୁରୀ (ସମୀର ରଞ୍ଜନ ନାୟକ):ଶ୍ରୀ ମନ୍ଦିର ରେ ଦିବ୍ୟାଙ୍କଙ୍କ ପ୍ରବେଶ ପ୍ରସଙ୍ଗଙ୍କୁ ନେଇ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଜବାବ ମାଗିଛନ୍ତି ହାଇ କୋର୍ଟ ମାଗିଥିବା ସୂଚନା ମିଳିଛି ମିଳିଥିବା ସୂଚନା ମୁତାବକ । ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ, ବିଶେଷ କରି ଯେଉଁମାନେ ହ୍ବିଲ୍ ଚେୟାର ବ୍ୟବହାର କରୁଛନ୍ତି, ସେମାନଙ୍କ ପାଇଁ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଥିଲା । ଯାହାକୁ କାର୍ଯ୍ୟକାରୀ ନକରାଯିବାରୁ ଏହାକୁ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର ହୋଇଥିଲା ।

ଏହାକୁ ଅତି ଗୁରୁତ୍ବର ସହ ନେଇ, ଏହି ମାମଲାରେ ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକଙ୍କୁ ହାଇକୋର୍ଟ ନୋଟିସ୍ ଜାରି କରିବା ସହିତ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଯାହାର ଶୁଣାଣି ଆସନ୍ତା ଫେବୃଆରୀ ୧୨ରେ ଧାର୍ଯ୍ୟ କରାଯାଇଛି । ଏହି ପ୍ରସଙ୍ଗରେ ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ ଜବାବ ରଖିବା ଆବଶ୍ୟକ ବୋଲି ନିର୍ଦ୍ଦେଶ ଦେଇ, ନୋଟିସ୍ ଜାରି କରିଛନ୍ତି ହାଇକୋର୍ଟ । ଏଥିସହିତ ଏହି ମାମଲାରେ ରାଜ୍ୟ ସରକାର, ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ ପ୍ରମୁଖଙ୍କୁ ପକ୍ଷଭୁକ୍ତ କରାଯାଥିବା ଜଣା ପଡିଛି ।

Leave a Reply

Your email address will not be published. Required fields are marked *

error: Content is protected !!