‘ଉତ୍କର୍ଷ ଓଡ଼ିଶା’ କନକ୍ଲେଭରେ ଯୋଗ ଦେବା ପାଇଁ ଫର୍ଚ୍ୟୁନ୍ ତାଲିକାରୁ ୧୦୦କମ୍ପାନୀକୁ ନିମନ୍ତ୍ରଣ

ଭୁବନେଶ୍ବର(ସମୀର ରଞ୍ଜନ ନାୟକ) : ମେକ ଇନ କନକ୍ଲେଭ 2025 ପୂର୍ବରୁ ରାଜ୍ୟର ଶିଳ୍ପାୟନ ପ୍ରକ୍ରିୟାରେ ଲାଗିଛି ଡେଣା । ରାଜ୍ୟରେ ପ୍ରାୟ 3883 କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବକୁ ସିଙ୍ଗଲ ୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ବୈଠକରେ ମଞ୍ଜୁରୀ ମିଳିଛି । ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ସିଙ୍ଗଲ ୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ବୈଠକରେ 17ଟି ନୂଆ ଶିଳ୍ପକୁ ମଞ୍ଜୁରୀ ମିଳିଛି । ଏହି ସବୁ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ସମଗ୍ର ରାଜ୍ୟରେ 12 ହଜାର 280 ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଅନୁମୋଦନ ଲାଗି ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ କୁମାର ଶର୍ମା ତଥ୍ୟ ଉପସ୍ଥାପନ କରିଛନ୍ତି ।

ନୂଆବର୍ଷ ଆରମ୍ଭରୁ ରାଜ୍ୟ ସରକାର ଶିଳ୍ପାୟନର ନୂଆ ଅଧ୍ୟାୟ । ଜାନୁଆରୀ 1ରେ ରାଜ୍ୟରେ 4 ହଜାର 222 କୋଟି 24 ଲକ୍ଷ ଟଙ୍କାର ପୁଞ୍ଜିନିବେଶକୁ ସିଙ୍ଗଲ ୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ବୈଠକ ମଞ୍ଜୁରୀ ଦେଇଥିଲା । 25ଟି ନୂଆ ଶିଳ୍ପ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ପ୍ରାୟ 14 ହଜାର 497 ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସେହିପରି ଜାନୁଆରୀ 6 ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କମିଟି 44,793.03 କୋଟି ନିବେଶକୁ ମଞ୍ଜୁରୀ ଦେଇଥିଲେ । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ 23,005 ନିଯୁକ୍ତି ମିଳିବ ବୋଲି କୁହାଯାଇଛି ।

ମଙ୍ଗଳବାର ଏ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ରାଜ୍ୟ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା କହିଛନ୍ତି ଯେ, ରାଜ୍ୟ ସରକାର ଚଳିତବର୍ଷ ‘ଉତ୍କର୍ଷ ଓଡ଼ିଶା’ କନକ୍ଲେଭରେ ଯୋଗ ଦେବା ପାଇଁ ଫର୍ଚ୍ୟୁନ୍ ତାଲିକାରେ ସାମିଲ ୪୦୦କମ୍ପାନୀ ମଧ୍ୟରୁ ୧୦୦କମ୍ପାନୀକୁ ନିମନ୍ତ୍ରଣ କରିଛନ୍ତି । ଏହି କନକ୍ଲେଭରେ ଦେଶର ପ୍ରମୁଖ ନିବେଶକ ଓ ଶିଳ୍ପପତିଙ୍କ ସମେତ ୧୨ଟି ରାଷ୍ଟ୍ର ଯଥା-ଅଷ୍ଟ୍ରେଲିଆ, ଜାପାନ, ବ୍ରିଟେନ,ଜର୍ମାନୀ,ସିଙ୍ଗାପୁର, ମାଲେସିଆ, କ୍ୟୁବା ଓ ହଲାଣ୍ଡ ପ୍ରମୁଖ ଦେଶର ନିବେଶକ,ରାଷ୍ଟ୍ରଦୂତ ଓ ପ୍ରତିନିଧିମାନେ ଯୋଗ ଦେବେ । ଏହି ସବୁ ଦେଶ ‘କଂଟ୍ରି ଅଫ ଫୋକସ୍‌’ ରହିବାକୁ ନିମନ୍ତ୍ରଣ କରାଯାଇଛି । ଚଳିତ ଥର କନକ୍ଲେଭରେ ଆଇଟି,ଅକ୍ଷୟ ଶକ୍ତି, ବୟନଶିଳ୍ପ, କେମିକାଲସ, ଫୁଡ ପ୍ରୋସେସିଂ ଭଳି ୫ଟି କ୍ଷେତ୍ରକୁ ଅଧିକ ପ୍ରାଥମିକତା ଦିଆଯିବାକୁ ନିଷ୍ପତ୍ତି ହୋଇଛି ।

Leave a Reply

Your email address will not be published. Required fields are marked *

error: Content is protected !!