ଆଜାଦ୍ ହିନ୍ଦ୍ ୟୁଥ୍ ଆସୋସିଏସନ୍ ପକ୍ଷରୁ ନେତାଜୀ ଜୟନ୍ତୀ ପାଳିତ

ରାୟଗଡା (ଗୋପୀନାଥ ଗୌଡ଼) : ସ୍ଥାନୀୟ ଆଜାଦ୍ ହିନ୍ଦ୍ ୟୁଥ୍ ଆସୋସିଏସନ୍ ପକ୍ଷରୁ ନେତାଜୀ ଜୟନ୍ତୀ ତଥା ଅନୁଷ୍ଠାନର ବାର୍ଷିକ ଉତ୍ସବ ମହାସମାରୋହରେ ପାଳନ କରାଯାଇଛି। ଆଜି ସନ୍ଧ୍ୟାରେ ଆୟୋଜିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସାଧାରଣ ସମ୍ପାଦକ ବିନାୟକ କର ଅଧ୍ୟକ୍ଷତା କରିଥିଲେ। ଏହି ସାଧାରଣ ସଭାରେ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ତଥା ନୟାଗଡ଼ ବିଧାୟକ ଡଃ ଅରୁଣ ସାହୁ, ରାୟଗଡ଼ା ବିଧାୟକ ଆପାଲାସ୍ବାମୀ କାଡ୍ରାକା, ପୂର୍ବତନ ରାଜ୍ୟସଭା ସାଂସଦ ଏନ୍ ଭାସ୍କର ରାଓ ପ୍ରମୁଖ ଯୋଗ ଦେଇଥିଲେ। ଆଜାଦ୍ ହିନ୍ଦ୍ କଳାକାରମାନଙ୍କ ଦ୍ବାରା ପ୍ରାରମ୍ଭିକ ସଙ୍ଗୀତଗାନ କରାଯାଇଥିଲା ।

ସଭା ପରେ ଆଜାଦ୍ ହିନ୍ଦ୍ ୟୁଥ୍ ଆସୋସିଏସନ୍ ର ଗୀତ୍ ଗୁଞ୍ଜନ ଅର୍କେଷ୍ଟ୍ରା ଓ ମ୍ୟୁଜିକ୍ ଗ୍ୟାଲେକ୍ସି ର ମେଲୋଡି ପରିବେଷଣ କରାଯାଇଥିଲା। ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନର କଳାକାରଙ୍କ ଦ୍ଵାରା ନୃତ୍ୟ ପରିବେଷଣ କରାଯାଇଥିଲା। ଲୋକପ୍ରିୟ କଣ୍ଠଶିଳ୍ପୀ ଲୋଭା ବିଶ୍ବାଳ ଯୋଗ ଦେଇ ସଂଗୀତ ପରିବେଷଣ କରିଥିଲେ।

ଶେଷରେ ବିଦିଶା ସତପଥି ଧନ୍ୟବାଦ ଅର୍ପଣ କରିଥିଲେ। ଏହାପୂର୍ବରୁ ଆଜି ଭୋରରେ ସହରରେ ରାମଧୁନ୍ ରୁ କାର୍ଯ୍ୟକ୍ରମ ଆରମ୍ଭ ସୋଇଥିଲା। ସକାଳ ୯ଟା ବେଳେ ଅନୁଷ୍ଠାନ କାର୍ଯ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ଏଥିରେ ମୂଖ୍ୟ ଅତିଥି ଭାବେ ପୂର୍ବତନ ରାଜ୍ୟସଭା ସାଂସଦ ଏନ୍ ଭାସ୍କର ରାଓ ଯୋଗ ଦେଇଥିଲେ। ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଶୋଭାଯାତ୍ରାରେ ବାହାରି ଏଠାରେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *

Powered by Joinchat