ଉତ୍କଳ ଆଲୁମିନା କେଣ୍ଟିନରେ ଜଣେ ଯୁବକ କାମ କରୁଥିବା ଅବସ୍ଥାରେ ନିଆଁ ଲାଗି ଗୁରୁତର ।

ରାୟଗଡା (ଗୋପୀନାଥ ଗୌଡ଼): ରାୟଗଡା ଜିଲ୍ଲା ଦୋରଗୁଡା ଥାନା ଅନ୍ତର୍ଗତ ଉତ୍କଳ ଆଲୁମିନା କାରଖାନାର ଏକ କେଣ୍ଟିନରେ ବଡ ଧାରଣ ଏକ ଅଘଟଣ ଘଟି ଯାଇଥିବା ବେଳେ, ପୀଡିତ ଯୁବକ ୩ ଦିନ ଧରି ନୂଆପଡା ମେଡ଼ିକାଲରେ ଭର୍ତ୍ତି ହେଇ ମୃତ୍ୟୁ ସହ ସଂଘର୍ଷ କରୁଥିବା ବେଳେ ଠିକାଦାରଙ୍କ ଠାରୁ କେଣ୍ଟିନ ନେଇ ପରିଚାଳନା କରୁଥିବା କମ୍ପାନୀ କର୍ତ୍ତୃପକ୍ଷଙ୍କର ବି ଦେଖାନାହିଁ । ସେପଟେ ଜ୍ବଳା ପୋଡ଼ାରେ ଯୁବକଙ୍କୁ ଇଂଫେକ୍ସେନ ବଢି ଚାଲିଥିବା ବେଳେ, ରୋଜଗାରିଆ ପୁଅର ଏହିଭଳି ଅବସ୍ଥା ଦେଖି ଚିନ୍ତାରେ ପରିବାର ଲୋକ ।ଘଟଣାରେ ପୀଡିତ ଯୁବକ ଜଣକ ହେଲେ କଳାହାଣ୍ଡି ଜିଲ୍ଲା ରାମପୁର ଥାନା ଅନ୍ତର୍ଗତ ମୁସ୍କଟା ଗ୍ରାମର ଅସ୍ତ ମୁଦୁଲିଙ୍କର ପୁଅ ପୁରନ୍ଦର ମୁଦୁଲି ।

ପୁରନ୍ଦର ଦୀର୍ଘ ୭ ବର୍ଷ ଧରି ଅଞ୍ଚଳରେ ରହି ପରିବାର ପୋଷଣ କରିଆସୁଥିଲେ । ବୁଧବାର ସନ୍ଧ୍ୟାରେ ଉତ୍କଳ ଆଲୁମିନା ଟାଉନ ସିପ ର ଉକ୍ତ କେଣ୍ଟିନରେ ରୋଷେଇ କରୁଥିବା ବେଳେ ହଟାତ କୌଣସି କାରଣରୁ ତାଙ୍କ ଅଣ୍ଟା ଠାରୁ ମୁହଁ ପର୍ଯ୍ୟନ୍ତ ନିଆଁ ଲାଗିଯାଇଥିଲା । ସୌଭାଗ୍ୟ ବଶତଃ ଘଟଣା ସମୟରେ କିଛି ସାଥି ତୁରନ୍ତ ସେ ପିନ୍ଧିଥିବା ସାର୍ଟକୁ ଫାଡି ଦେହରୁ ଅଲଗା କରିଦେଇଥିଲେ । ତଥାପି ଶରୀର ର ୫୦% ପ୍ରତିଶତ ପୋଡି ଯାଇଛି । ଘଟଣା ପରେ ତୁରନ୍ତ ସେଠାରେ କାର୍ଯ୍ୟରତ ଅନ୍ୟ କିଛି ସାଥି ତାଙ୍କୁ ନିକଟରେ ଥିବା ନୂଆପଡା ମେଡ଼ିକାଲରେ ଭର୍ତ୍ତି କରିଦେଇଥିଲେ । ଖବର ପାଇ କଳାହାଣ୍ଡିରୁ ପରିବାର ସଦସ୍ୟ ପହଞ୍ଚି ପୁଅର ସେବା କରୁଥିବା ବେଳେ କେଣ୍ଟିନ ପରିଚାଳନା ଠିକାଦାର କିମ୍ବା ଠିକାଦାର ନା ରେ ପରିଚାଳନା କରୁଥିବା ଉତ୍କଳ ଆଲୁମିନାର ଜଣେ ବରିଷ୍ଠ ଅଧିକାରୀ ବି.ସି ଦାସ ନାମକ ବ୍ୟକ୍ତି ଏ ପର୍ଯ୍ୟନ୍ତ ପୀଡିତ ଯୁବକଙ୍କୁ ଭେଟି ବାକୁ ଯାଇ ନାହାନ୍ତି ।

ସେପ୍ଟଟି ପ୍ରତି କମ୍ପାନୀ କର୍ତ୍ତୃପକ୍ଷ ଅବହେଳା କରିଥିବାରୁ ଏହିଭଳି ଅଘଟଣ ହେଇଥିବା ଅଭିଯୋଗ ହୋଇଛି। ଘଟଣାକୁ ୩ ଦିନ ବିତିଯାଇଥିବାରୁ ଜଳି ଯାଇଥିବା ଅଂଶ ଇଂଫେକ୍ସେନ ହେବାରେ ଲାଗିଛି । ଏଣୁ ପୁଅ ର ଉଚ୍ଚ ଚିକିତ୍ସା ପାଇଁ ବିଶାଖାପାଟଣା ନେବାକୁ ପିତା ଅସ୍ତ ମୁଦୁଲି ସାହାଯ୍ୟ ପାଇଁ ଚାହିଁ ବସିଛନ୍ତି । କିନ୍ତୁ, ନିରୀହ ର ସୁଯୋଗ ନେଇ ଦାଇତ୍ୱ ରେ ଥିବା ବ୍ୟକ୍ତି ମାନେ ଅବହେଳା କରି ଚାଲିଛନ୍ତି । ତୁରନ୍ତ ଘଟଣା ର ସଂଜ୍ଞାନ ନେଇ ପୋଲିସ ପକ୍ଷରୁ ଏକ ଅଭିଯୋଗ ଦାଖଲ କରିବା ସହ କମ୍ପାନୀ ଉକ୍ତ ପୀଡିତ ଯୁବକଙ୍କୁ ସହଯୋଗର ହାତ ବଢ଼ାଇବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।

Leave a Reply

Your email address will not be published. Required fields are marked *

error: Content is protected !!