ଭୁବନେଶ୍ୱର(ସମୀର ରଞ୍ଜନ ନାୟକ ) : ଅବସରପ୍ରାପ୍ତ ଆଇଏଏସ୍ ମଧୁସୂଦନ ପାଢ଼ୀ ରାଜ୍ୟ ନିର୍ବାଚନ କମିଶନର ହୋଇଛନ୍ତି। ସେହିପରି ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ରଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିଛି। ସେ ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ଭାବେ ନିଯୁକ୍ତ ହୋଇଛନ୍ତି। ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।ପ୍ରକାଶ ମିଶ୍ର କହିଛନ୍ତି, ଗୁରୁଦାୟିତ୍ୱ ମିଳିଛି, ସୁଚାରୁ ରୂପେ ତୁଲାଇବି। ଜନହିତରେ ଯାହା ହୋଇପାରିବ ମିଳିମିଶି କରିବୁ। ଲୋକଙ୍କ ସମସ୍ୟା କିପରି ଦୂର ହେବ ଧ୍ୟାନ ଦେବୁ ବୋଲି ପ୍ରକାଶ ମିଶ୍ର କହିଛନ୍ତି।ନିକଟରେ ପୂର୍ବତନ ପୋଲିସ ଡିଜି ତଥା ଭାଜପା ନେତା ପ୍ରକାଶ ମିଶ୍ରଙ୍କ ବହି ‘କମେଡି ଇନ ଖାକି’ ରାଜ୍ୟ ରାଜନୀତିରେ ଚହଳ ସୃଷ୍ଟି କରିଥିଲା। ଏହି ବହି ଜରିଆରେ ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଷୟରେ ବହୁ ତଥ୍ୟ ପଦାକୁ ଆଣିଥିଲେ