ସିଏମ କପ ଆନ୍ତଃ କ୍ଲବ ଫୁଟବଲ ଟୁର୍ନାମେଣ୍ଟ ଫାଇନାଲରେ ଜେଏସଡବ୍ଲୁ ଚମ୍ପିୟାନ

କେନ୍ଦୁଝର (ସୀତାରାମ ଦୀକ୍ଷିତ) : ଫୁଟବଲ ଆସୋସିଏସନ ଅଫ ଓଡିଶା, ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗ ଇ ଜିଲ୍ଲା କ୍ରୀଡା ସଂସ୍ଥା ମିଳିତ ସହଯୋଗରେ କେନ୍ଦୁଝର ଶଙ୍କରପୁରସ୍ଥିତ ଧରଣୀଧର ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ସିଏମ କପ ଆନ୍ତଃ କ୍ଲବ ଫୁଟବଲ ଟୁର୍ନାମେଣ୍ଟର ଚୂଡାନ୍ତ ପ୍ରତିଯୋଗିତା ଆଜି ଅନୁଷ୍ଠିତ ହୋଇଯାଇଛି l ଆଜି ଅନୁଷ୍ଠିତ ଏକତରଫା ଫାଇନାଲ ଖେଳରେ ଜେଏସ ଡବ୍ଲୁ ଫାଉଣ୍ଡେସନ ବନ୍ଧୁଆବେଡା ଟାଟା ଷ୍ଟିଲ ଫାଉଣ୍ଡେସନ ବିପକ୍ଷରେ ୮-୦ ଗୋଲରେ ଏକ ବିପୁଳ ବିଜୟ ହାସଲ କରି ପ୍ରଥମଥର ପାଇଁ ତୃଣମୂଳ ସ୍ତରରୁ ଆୟୋଜିତ ଏହି ପ୍ରତିଯୋଗିତାରେ ଚମ୍ପିୟାନ ହେବାର ଗୌରବ ଅର୍ଜନ କରିଛି l

ଜେଏସ ଫାଉଣ୍ଡେସନର ୭ ନମ୍ବର ଜର୍ସି ପରିହିତ ତାରକା ଖେଳାଳି ତାରକା ଖେଳାଳି କ୍ରିଷ୍ଣା ନାଏକ ଅତି ଚମତ୍କାର ଖେଳ ପ୍ରଦର୍ଶନ କରି ସମସ୍ତଙ୍କ ମନ କିଣି ନେଇଥିଲେ ଏବଂ ୯, ୩୪, ୪୮, ୫୦ ଏବଂ ୫୩ ମିନିଟରେ ଏକ ହ୍ୟାଟ୍ରିକ ସହ ବ୍ୟକ୍ତିଗତ ୫ଟି ଗୋଲ ସ୍କୋର କରିଥିବାବେଳେ କାଳୀ ଚରଣ ମାଝୀ ୨ଟି ଓ ସତ୍ୟ ନାଏକ ଗୋଟିଏ ଗୋଲ ସ୍କୋର କରିଥିଲେ l ଖେଳ ଶେଷରେ ଏକ ସ୍ୱତନ୍ତ୍ର ଉତ୍ସବରେ କେନ୍ଦୁଝର ଅତିରିକ୍ତ ଜିଲାପାଳ ମନ୍ଦରଧର ମହାଲିକ ମୁଖ୍ୟଅତିଥି ରୂପେ ଯୋଗଦେଇ ପୁରସ୍କାର ବିତରଣ କରିଥିବାବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା କ୍ରୀଡା ଅଧିକାରୀ ମହମଦ ଫିରୋଜ ଖାଁ, ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ସାର୍ଥକ ରାୟ, ଜେଏସଡବ୍ଲୁର ପାର୍ଥ ସାରଥୀ ବେହୁରା, ବିଜୟ କୁମାର ସାହୁ,କ୍ରୀଡା ଛାତ୍ରବାସ ଅଧିକ୍ଷକ ଜିତେନ୍ଦ୍ର ମହାକୁଡ଼ ଓ ବଡ଼ବିଲର ବିଶିଷ୍ଠ ସମାଜସେବୀ ଲଛମନ ମହାନ୍ତ ପ୍ରମୁଖ ଯୋଗ ଦେଇଥିଲେ l

ଆଜିର ଖେଳରେ ଜିଲ୍ଲା କ୍ରୀଡା ସଂସ୍ଥା ପକ୍ଷରୁ ସାଧାରଣ ସମ୍ପାଦକ ଡ଼. ଜନାର୍ଦନ ଦାଶ, ଯୁଗ୍ମ ସମ୍ପାଦକ ରବୀନ୍ଦ୍ର ପାଢ଼ୀ, ଉପସଭାପତି ସୁରେଶ ପଟ୍ଟନାୟକ କୋଷାଧକ୍ଷ ସରୋଜ କୁମାର ରଣା, କାଉନସିଲ ସଦସ୍ୟ ରାଜ କୁମାର ମିଶ୍ର, ସନାତନ ବେହେରା, ବିଦ୍ୟାଧର ରାଏ, ସନ୍ଦୀପ ବେହେରା, ଗିରୀଶ ହୋତା, ସୁରେଶ ରଣା ଏବଂ ଫୁଟବଲ କୋଚ ମାର୍କଣ୍ଡ ସାମଲ ପ୍ରମୁଖ ପଡିଆରେ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ l ଆଜିର ଖେଳରେ ଯତୀନ ମହାନ୍ତ ରେଫରୀ ଦାୟିତ୍ୱ ତୁଲାଇଥିବା ବେଳେ ବେଣୁଧର ମୁଣ୍ଡା ଏବଂ ବୃନ୍ଦାବନ ମୁଣ୍ଡା ତାଙ୍କୁ ଲାଇନରେ ସହାୟତା କରିଥିଲେ l ଚତୁର୍ଥ ରେଫରୀ ଥିଲେ ଶଙ୍କର୍ଷଣ ନାଏକ l ଫୁଟବଲ ଆସୋସିଏସନ ଅଫ ଓଡିଶା ପକ୍ଷରୁ ବୀରେନ୍ଦ୍ର ମହାନ୍ତ ମ୍ୟାଚ କମିଶନର ଭାବେ ନିଯୁକ୍ତି ପାଇଥିବାବେଳେ କ୍ରୀଡା ନିର୍ଦେଶାଳୟର ଯଶପlଲ ଉର୍ମା, ବୀରେନ୍ଦ୍ର ମହାନ୍ତ, କୃଷ୍ଣ ଚନ୍ଦ୍ର ମହାନ୍ତ ଓ ବାଦଲ ମହାକୁଡ଼ ସିଲେକ୍ଟର ଭାବେ ଦାୟିତ୍ୱ ନିର୍ବାହ କରିଥିଲେ l ଏହି ପ୍ରତିଯୋଗିତାର ପ୍ରଦର୍ଶନକୁ ଭିତ୍ତିକରି ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ପାଇଁ ଏକ ୪୦ ଜଣିଆ ସମ୍ଭାବ୍ୟ ଜିଲ

Leave a Reply

Your email address will not be published. Required fields are marked *

error: Content is protected !!