ବରଗଡ଼ (ରିପୋର୍ଟ – ମୁକୁନ୍ଦ ଦାସ ): ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ କୁମେଲସିଂହା ଠାରେ ନାରାୟଣୀ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ମହା ସମାରୋହରେ ମଙ୍ଗଳବାର ଉଦଯାପିତ ହୋଇଯାଇଛି l ଏହି ଅବସରରେ ବରଗଡ଼ ମାହେଶ୍ୱରୀ ନର୍ସିଙ୍ଗ କଲେଜର ଚେୟାରମ୍ୟାନ ତଥା ସମାଜସେବୀ ଫକୀର କର୍ଣ୍ଣ ମନ୍ଦିର ପ୍ରତିଷ୍ଠା ପାଇଁ ଦେଢ଼ ଲକ୍ଷ ଟଙ୍କା ର ସହାୟତା ପ୍ରଦାନ କରିଛନ୍ତି l ମନ୍ଦିର ପ୍ରତିଷ୍ଠା ମହୋତ୍ସବ ରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l 15 ତାରିଖରୁ ମନ୍ଦିର ପ୍ରତିଷ୍ଠା ଶୁଭରମ୍ଭ ହୋଇ 21 ଯାଏଁ ଚାଲିଥିଲା l ଏହି ସମୟ ମଧ୍ୟରେ ରାବଣ ରାଜ, ପାଲା, ଭଂଜନ କୀର୍ତ୍ତନ ମଧ୍ୟରେ ଗ୍ରାମ ଦୁଲୁକି ଉଠିଥିଲା l
ମନ୍ଦିରର ପ୍ରତିଷ୍ଠା ଏବଂ ପାରବର୍ତ୍ତୀ କାର୍ଯ୍ୟକ୍ରମ ପାଇଁ ବରଗଡ଼ ଓ ସୁନ୍ଦରଗଡ ର ଅଗ୍ରଣୀ ଅନୁଷ୍ଠାନ ମହେଶ୍ୱରୀ ନର୍ସିଙ୍ଗ କଲେଜ ପକ୍ଷରୁ ଚେୟାରମ୍ୟାନ ଫକୀର କର୍ଣ୍ଣ ଏବଂ ପରିଚାଳନା ନିର୍ଦ୍ଧେଷିକା ସନ୍ତୋଷିନୀ କର୍ଣ୍ଣ ପ୍ରତିଷ୍ଠା ମହୋତ୍ସବରେ ଅତିଥିଭାବେ ଯୋଗ ଦେଇ ଦେଢ଼ ଲକ୍ଷ ଟଙ୍କାର ଅନୁଦାନ ନଗଦ ପ୍ରଦାନ କରିଥିଲେ l ଏଥିରେ ମନ୍ଦିର ପରିଚାଳନା କମିଟି ତଥା ଗ୍ରାମବାସୀ ଉଭୟ ଦାତାଙ୍କୁ ଉପଢୌକାନ ଦେଇ ସଂମ୍ମାନିତ କରିଥିଲେ l ଏହି ମହୋତ୍ସବ ଦେଖିବା ପାଇଁ ହଜାର ହଜାର ଭକ୍ତ ଙ୍କ ସମାଗମ ହୋଇଥିଲା l