ଅନ୍ତର୍ଜାତୀୟ ତାଇକୋଣ୍ଡୋରେ ଭାଗନେବେ ଅନୁଗୋଳର ଶ୍ରେୟନ୍ସ ସାହୁ

ଅନୁଗୋଳ(:ଅଜିତ୍ କୁମାର ଭୋଇ):ଜାନୁଆରୀ ମାସ ୨୮ ତାରିଖ ଠାରୁ ଆସନ୍ତା ମାସ ୨ ତାରିଖ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ସ୍ତରୀୟ ତାଇକୋଣ୍ଡୋ ପ୍ରତିୟୋଗିତା ନେପାଳର ପୋଖରା ଠାରେ ଅନୁଷ୍ଠିତ ହେବାକୁ ଯାଉଅଛି । ଏହି ପ୍ରତିଯୋଗିତାରେ ଅଂଶ୍ରହଣ କରିବା ପାଇଁ ଅନୁଗୋଳ ପୌର ପାଳିକାର ହାତୀଶାଳ ପଡା ସ୍ଥିତ ବିଶ୍ବରଂଜନ ସାହୁ ଓ ସୂର୍ୟସ୍ନେତା ସାହୁଙ୍କ ପୁତ୍ର ଶ୍ରେୟଂସ ସାହୁ ଅଂଶ ଗ୍ରହଣ କରିବେ । ଶ୍ରେୟନ୍ସ ବର୍ତ୍ତମାନ ଦିଲ୍ଲୀ ପବ୍ଲିକ ସ୍କୁଲ ନାଲକୋ ନଗର ଦ୍ବିତୀୟ ଶ୍ରେଣୀରେ ଅଧ୍ୟାୟନ କରୁଛନ୍ତି ।

ଅନୁଗୋଳ ଜିଲ୍ଲା ତାଇକୋଣ୍ଡୋ ସଂଘର ସମ୍ପାଦକ ଓ ପ୍ରତିଷ୍ଠାତା ଦୁଷ୍ୟନ୍ତ କୁମାର ନାଥ ଙ୍କ ନିକଟରୁ ଦୀର୍ଘ ଦୁଇ ବର୍ଷ ହେଲା ଶିକ୍ଷା ଲାଭ କରି ବିଭିନ୍ନ ଖେଳରେ ଜିଲ୍ଲା, ରାଜ୍ୟ ଓ ଜାତୀୟ ସ୍ତରୀୟ ଖେଳରେ ପଦକ ହାସଲ କରି ଅନୁଗୋଳ ଜିଲ୍ଲାର ଗୌରବ ଆଣିଛନ୍ତି । ମାତ୍ର ୯ ବର୍ଷର ବାଳକ ଦୁଇ ବର୍ଷ ଭିତରେ ୫ ଟି ପ୍ରତିଯୋଗିତାରେ ଅଂଶ୍ରହଣ କରି ସଫଳତା ହାସଲ କରିଥିବା ବେଳେ ଏବେ ଅନ୍ତର୍ଜାତୀୟ ସ୍ତରରେ ଅଂଶଗ୍ରଣ କରି ପଦକ ହାସଲ କରିବାକୁ ମନବଳାଇଛନ୍ତି । ସ୍ରେୟନ୍ସ ର ଏଭଳି ସଫଳତା ଓ ଅନ୍ତର୍ଜାତୀୟ ସ୍ତରରେ ଖେଳିବା ପରିବାରରେ ଆନନ୍ଦର ଲହରୀ ଖେଳି ଉଠିଛି ।

Leave a Reply

Your email address will not be published. Required fields are marked *

error: Content is protected !!