ସୁବଳୟା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପ୍ରଧାନ ଶିକ୍ଷକ ସ୍ଵର୍ଣ୍ଣଲତା ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା , ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମ୍ଭକାର ମୁଖ୍ୟବକ୍ତା ଓ ସମ୍ମାନିତ ଅତିଥି ଭାବରେ ସୁବଳୟା ସମିତି ସଭ୍ୟା ଲିଲି ମେହେର, ମୋ ସ୍କୁଲ ଅଭିଯାନ ସଭାପତି ଶିବ ନାରାୟଣ ମେହେର, ପରିଚାଳନା କମିଟି ସଭାପତି ପ୍ରଦ୍ୟୁମ୍ନ ପୋଢ଼ ଯୋଗଦାନ କରି ବିଦ୍ୟାଳୟର ସଫଳତା ବିଷୟରେ ପ୍ରଶଂସା କରିବା ସହିତ ଶୃଙ୍ଖଳା ଛାତ୍ରଛାତ୍ରୀ ମାନଙ୍କୁ ଭଲ ମଣିଷ କରି ଗଢ଼ିତୋଳେ ବୋଲି ମାର୍ଗଦର୍ଶନ କରିଥିଲେ l ସୁବଳୟା ଉଚ୍ଚ ବିଦ୍ୟାଳୟ ଅନେକ ସୁଯୋଗ୍ୟ ଛାତ୍ରଛାତ୍ରୀ ସୃଷ୍ଟି କରିଛି ବୋଲି ମୁଖ୍ୟ ବକ୍ତା ପ୍ରଂଶସା କରିଥବା ବେଲେ ବିଦ୍ୟାଳୟର ଆବଶ୍ୟକତା ପୂରଣକରାଯିବ ବୋଲି ମୁଖ୍ୟଅତିଥି ପ୍ରକାଶ କରିଥିଲେ l ଏହି କାର୍ଯ୍ୟକ୍ରମକୁ ଶିକ୍ଷୟିତ୍ରୀ ସମ୍ପା ବିଶ୍ୱାଳ ଓ ପଙ୍କଜିନି ମେହେର ପରିଚାଳନା କରିଥବାବେଳେ ଶିକ୍ଷକ ଅରୁଣ କୁମାର ସିଂହ ସ୍ୱାଗତ ପରିଚୟ କରିଥିଲେ। ବରିଷ୍ଠ ଶିକ୍ଷକ ସଦାନନ୍ଦ ରଥ ଧନ୍ୟବାଦ ଅର୍ପଣ କରିଥିଲେ l ବିଦ୍ୟାଳୟର ସଫଳତା ତଥା ଇତିହାସର ଗୁଣଗାନ ପୂର୍ବକ ବିଦ୍ୟାଳୟର ସାଂସ୍କୃତିକ ମୁଖ୍ୟ ଶିକ୍ଷକ ଚନ୍ଦ୍ରମଣି ବାଘ ବିବରଣୀ ପଠନ କରିଥିଲେ l ସଭା ଶେଷରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା l ଶ୍ରେଷ୍ଠ ଛାତ୍ର ମୟୁରେଶ ମିଶ୍ର, ସ୍କାଉଟରେ ଲଳିତ ଓ ଦିବ୍ୟ, ଜେ. ଆର. ସି ରେ ଛାତ୍ରୀ ଅଙ୍କିତା ମେହେର, ଗାଇଡ଼ରେ ନନ୍ଦିନୀ ମେହେର ଓ ଶ୍ରେଷ୍ଠ ହାଉସ ସୁବାଷ ଚନ୍ଦ୍ର ବୋଷ ପୁରସ୍କୃତ ହୋଇଥିଲେ l ଏହି ଉତ୍ସବରେ ବିଦ୍ୟାଳୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀ,ଅଭିଭାବକ, ପୁରାତନ ଶିକ୍ଷକ ଛାତ୍ରଛାତ୍ରୀ ଜନସାଧାରଣ ଯୋଗ ଦେଇଥିଲେ l

Leave a Reply

Your email address will not be published. Required fields are marked *

error: Content is protected !!