ମହାପ୍ରଭୂଙ୍କ ଜମି ଦେଖଲ କାରୀଙ୍କୁ ଝଟକା ଜମିରେ ଲାଗିଲା ଶ୍ରୀ ମନ୍ଦିରର ପ୍ରଶାସନ ଫଳକ

ପୁରୀ (ସମୀର ରଞ୍ଜନ ନାୟକ): ଜମି ଜବରଦଖଲକାରୀଙ୍କୁ ଝଟକା ।ମହାପ୍ରଭୁଙ୍କ ଜମିରେ ଲାଗିଲା ଶ୍ରୀମନ୍ଦିର ପ୍ରଶାସନର ସୂଚନା ଫଳକ ।ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ନିଜସ୍ଵ ଭୂସମ୍ପତ୍ତି ବୋଲି ଫଳକ ଲଗାଇ ସ୍ପଷ୍ଟ କଲା ଶ୍ରୀମନ୍ଦିର ପ୍ରଶାସନ । ଅନଧିକାର ପ୍ରବେଶ ଆଇନ୍ ଅନୁଯାୟୀ ଦଣ୍ଡନୀୟ ଅପରାଧ ବୋଲି ସୂଚନା ଫଳକରେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଉଲ୍ଲେଖ କରାଯାଇଛି।ଶ୍ରୀଗୁଣ୍ଡିଚା ମନ୍ଦିର ନିକଟ ତାଳବଣିଆ ମୌଜା ଖାତା ନମ୍ବର୍ ୭୯୧ ର ୬ ଟି ପ୍ଲଟ ର ପ୍ରାୟ ୫୦ ଡିଶିମାଲ୍ ଜାଗାକୁ ତାର ବାଡ ବୁଲାଇ ଜବରଦଖଲ କରାଯାଇଥିଲା ।କୁମ୍ଭାରପଡ଼ା ଥାନାରେ ଏହା ବିରୋଧରେ ଏତଲା ଦେଇଥିଲା ଶ୍ରୀମନ୍ଦିର ପ୍ରଶାସନ ।

Leave a Reply

Your email address will not be published. Required fields are marked *

error: Content is protected !!