ବେକରେ ଦୌଡ଼ି ଦେଇ ଯୁବକ ଙ୍କ ଆତ୍ମହତ୍ୟା।

ରାୟଗଡ଼ (ଗୋପୀନାଥ ଗୌଡ଼): ରାୟଗଡ଼ ଧୋବା ସାହିରେ ଏକ ଭୋଡା ଘରେ ରହୁଥିବା ଡି. ଗଣେଷ ନାମକ ଯୁବକ ଆତ୍ମହତ୍ୟା କରିଛନ୍ତି। ଯୁବକ ଜଣଙ୍କ ବୟସ ୨୪ବର୍ଷ ଏବଂ ସେ ଅବିବାହିତ ଥିଲେ ବୋଲି ଯୁବକ ଙ୍କ ଭଉଣୀ ଗୁଡଲା ଆସା କହିଛନ୍ତି। ଯୁବକ ଜଣଙ୍କ ରୋଷେୟା ବୃତ୍ତି କରି ନିଜର ଜୀବନ ଜୀବିକା ନିର୍ବାହ କରୁଥିଲେ। ରାୟଗଡ଼ ସହର ଧୋବା ସାହିରେ ସେ ମାତ୍ର ତିନି ମାସ ଧରି ବସବାସ କରୁଥିଲେ। ସେ ଦୀର୍ଘଦିନ ଧରି ମାନସିକ ଚାପଗ୍ରସ୍ତ ହୋଇ ରହୁଥିବା କଥା କହିଛନ୍ତି ପରିବାର ଲୋକେ। ସବୁଦିନ ଭଳି ନିଜ କାର୍ଯ୍ୟ ରୁ ଫେରିବା ପରେ କବାଟ ଝରକା ଦେଇ ନିଜ ଘରେ ବିଶ୍ରାମ ନେଉଥିଲେ।

ଆଜି ସକାଳେ ବହୁତ୍ ସମୟ ଧରି କବାଟ ଝରକା ଖୋଲି ନ ଥିବାରୁ ସ୍ଥାନୀୟ ବାସିନ୍ଦା ଝରକା ଦେଇ ଦେଖିଲା ବେଳକୁ ଯୁବକ ଜଣଙ୍କ ବେକରେ ଦୌଡ଼ି ଦେଇ ଫାଶୀ ହୋଇ ଝୁଲିଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ସ୍ଥାନୀୟ ପୁଲିସ୍ ଙ୍କୁ ଖବର ଦେଇ କବାଟ ତାଡ଼ି ମୃତ ଯୁବକ ଙ୍କୁ ବାହାରକୁ ଆଣିଥିଲେ। ପରେ ପୁଲିସ୍ ଉପସ୍ଥିତିରେ ଶବ ବ୍ୟବଛେଦ କରିବା ପରେ ମୃତକ ଙ୍କ ପରିବାର ଙ୍କୁ ହସ୍ତାନ୍ତର କରିଥିଲେ। ଏହି ଦୁଃଖଦ ସମୟରେ ରାୟଗଡ଼ ବୈଷ୍ୟ ସଂଘ ପକ୍ଷରୁ ମୃତକଙ୍କ ପରିବାର କୁ ୫୦୦୦ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଥିଲା। ବୈଶ୍ୟ ସଂଘ ସଭାପତି କିନ୍ତଲୀ ଅମରନାଥ , ବିଜୟ ମୋହନ, ସି.ଏଚ ଚକ୍ରଧର, ଗୁଡୁଲା ଧର୍ମା, କିନ୍ତଲି ଶ୍ରିନିଭାସ, କିନ୍ତାଲି ସୁରେଶ ଙ୍କ ସମେତ ବୈଶ୍ୟ ସଙ୍ଘର ଅନେକ ସଦସ୍ୟ ଗଭିର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ସହିତ ଶବଦାହ କରିବା ପାଇଁ ଶ୍ମଶାନକୁ ନେଇଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!