ଓଡ଼ିଶା ପଦ୍ମଶାଳୀ ସଙ୍ଘ ରାୟଗଡ଼ ପକ୍ଷରୁ କଳସ ଯାତ୍ରା ଅନୁଷ୍ଠିତ।

ରାୟଗଡ଼ (ଗୋପୀନାଥ ଗୌଡ଼) ରାୟଗଡ଼ ପଦ୍ମଶାଳି ସଂଘ ପକ୍ଷରୁ ଶ୍ରୀ ମାର୍କେଣ୍ଡେୟ ମହାଋଷି ଙ୍କ ଜନ୍ମଦିନ ମହୋତ୍ସବ ଏବଂ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଆଜି ରାୟଗଡ଼ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରୁ କଳସ ଯାତ୍ରା ଜଗନ୍ନାଥ ମନ୍ଦିରରୁ ବାହାରି କଂଗ୍ରେସ ଭବନ ରାସ୍ତା ଓ ଦୈନିକ ବଜାର ଦେଇ ଭେଙ୍କେଟେଶ୍ୱର କଲ୍ୟାଣ ମଣ୍ଡପରେ ପହଞ୍ଚି ଥିଲା। ଶ୍ରୀ ମାର୍କେଣ୍ଡେୟ ମହାଋଷିଙ୍କ ଜନ୍ମଦିନ ଅବସରରେ ଏହି ଉତ୍ସବ ମହା ଆଡ଼ମ୍ବରରେ ପାଳନ କରଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ହୋମ ଯଜ୍ଞ, ରୁଦ୍ରାଭିସେକ, ମାର୍କେଣ୍ଡେୟ ହୋମ ସହିତ ଅନ୍ନ ପ୍ରସାଦର ସେବନ ର ବ୍ୟବସ୍ତା କରାଯାଇଥିଲା। ଏହି ପବିତ୍ର କାର୍ଯ୍ୟକ୍ରମରେ କୋରାପୁଟ ବିଧାୟକ ଶ୍ରୀଯୁକ୍ତ ରଘୁରାମ ମାଛ,ବିଧାୟକ ରାୟଗଡ଼ ଶ୍ରୀଯୁକ୍ତ ଆପ୍ପାଲା ସ୍ଵାମୀ କାଡ୍ରାକା, ରାୟଗଡ଼ ଜିଲ୍ଲା ବିଜେପି ସଭାପତି ଶ୍ରୀଯୁକ୍ତ ଶିବ ପଟନାୟକ ଙ୍କ ସହିତ ରାୟଗଡ଼ ପଦ୍ମସାଳି ସଙ୍ଘର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଓ ଶ୍ରଦ୍ଧାଳୁ ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!