ଅନୁଗୁଳ ଜିଲ୍ଲା କ୍ରିକେଟ୍ ଆସୋସିଏସନ ତରଫରୁ ଅନୁଗୁଳ କପ୍ ୨୦୨୫ ଆୟୋଜିତ

ଅନୁଗୁଳ (ଅଜିତ୍ କୁମାର ଭୋଇ): ଅନୁଗୁଳ କପ୍ ୨୦୨୫ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଦିବସ ଫାଇନାଲ୍_ମ୍ୟାଚ୍ ରେ ଓଡିଶା ସରକାର ଙ୍କର ମାନ୍ୟବର କ୍ରୀଡ଼ା, ଯୁବ ବ୍ୟାପାର, ଉଚ୍ଚଶିକ୍ଷା, ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମୂଖ୍ୟଅତିଥି ଭାବେ ଯୋଗଦେଇ ବିଜୟୀ ଓ ଉପବିଜୟୀ ଦଳ କୁ ଟ୍ରଫି ଓ ପୁରସ୍କାର ରାଶି ପ୍ରଦାନ କରିବା ସହିତ ଆୟୋଜକ ଓ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟ୍ ର ଫାଇନାଲ୍ ମ୍ୟାଚ୍ ରେ କଟକର ରାଇଜିଂ ଷ୍ଟୁଡେଣ୍ଟସ୍ ଟିମ୍ ସମ୍ବଲପୁର ର MUCC କ୍ଲବକୁ ହରାଇ ଚାମ୍ପିଅନ ହୋଇଥିଲା।

ତାଙ୍କ ସହିତ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଖେଳାଳୀ ଶ୍ରୀ ଦେବାଶିଷ_ମହାନ୍ତି, ଅନୁଗୁଳର ମାନ୍ୟବର ବିଧାୟକ, ଓଡିଶା କ୍ରିକେଟ୍ ଆସୋସିଏସନ୍ ର ଆପେକ୍ସ କାଉନ୍ସିଲ୍ ମେମ୍ବର ତଥା ଅନୁଗୁଳ ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ ର ସଭାପତି ଓ ଅନୁଗୋଳ ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ପ୍ରଧାନ ଛେଣ୍ଡିପଦାର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଅଗସ୍ତି ବେହେରା, ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ଶ୍ରୀ ସତ୍ୟବ୍ରତ ଭୋଇ, ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର ର ନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ପଙ୍କଜ_ମଲାନ୍, ନାଲକୋ ର ମାନବ ସମ୍ବଳ ଅଧିକାରୀ ଶ୍ରୀ ଶୁଭେନ୍ଦୁ_ନାୟକ, ଟାଟା ଷ୍ଟିଲ ର ଅଧିକାରୀ ଶ୍ରୀ ବିରେନ୍ଦ୍ର_ସିଂ, ଏମ୍ ସି ଏଲ୍ ଭରତପୁର ଜେନେରାଲ ମ୍ୟାନେଜର ଶ୍ରୀ ଏ_କେ_ଧଳ ମଧ୍ୟ ସମ୍ମାନୀତ ଅତିଥି ଭାବେ ଉପସ୍ଥିତ ରହି ଆୟୋଜକ ଓ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ ।

ଏହି ଉଦଯାପନୀ ଦିବସରେ ଅନୁଗୁଳ ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ ସହିତ ଅନୁବନ୍ଧିତ ବିଭିନ୍ନ ସବଡିଭିଜନ କ୍ରିକେଟ୍ କ୍ଲବ୍, ACC ରୁ ଓଡିଶା କ୍ରିକେଟ୍ ରେ ପ୍ରତିନିଧିତ୍ଵ କରୁଥିବା ଖେଳାଳୀ ଓ ବିଭିନ୍ନ ପଞ୍ଚାୟତ ର କ୍ରିକେଟ୍ ଦଳ କୁ କ୍ରିକେଟ୍ କିଟ୍ ପ୍ରଦାନ କରାଯାଇଥିଲା। ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ ର ସମ୍ପାଦକ ଶ୍ରୀ ସାଗରନାଥ_ମିଶ୍ର, ଉପସଭାପତି ଶ୍ରୀ ପ୍ରଭାତ_କୁମାର_ସିହ୍ନା, କୋଷାଧକ୍ଷ ଶ୍ରୀ ରଞ୍ଜନ କୁମାର ଧୀରସାମନ୍ତ, ସହ ସମ୍ପାଦକ ଶ୍ରୀ ଗଙ୍ଗାଧର ପଟ୍ଟନାୟକ, ଶ୍ରୀ ସତ୍ୟେନ୍ଦ୍ର ପ୍ରଧାନ, ବରିଷ୍ଠ ସଦସ୍ୟ ଶ୍ରୀ ବଳଭଦ୍ର ପଟ୍ଟନାୟକ, ଶ୍ରୀ ମାୟାଧର ମିଶ୍ର, ଶ୍ରୀ ବୀରେନ୍ ସାମଲ, ଶ୍ରୀ ସମରେନ୍ଦ୍ର ମିଶ୍ର, ଅନୁଗୁଳ ଜିଲ୍ଲା କ୍ରିକେଟ୍ କ୍ଲବ୍ ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!