ରାୟଗଡ଼ ଠାରୁ ପ୍ରୟାଗରାଜ କୁମ୍ଭ ମେଳା ଅଭିମୁଖେ ଯାତ୍ରା।

ରାୟଗଡ଼ (ଗୋପୀନାଥ ଗୌଡ଼): ରାୟଗଡା ଜଗନ୍ନାଥ ମନ୍ଦିର ଠାରୁ ୬୦ ଜଣ ଯାତ୍ରୀଙ୍କୁ ନେଇ ପ୍ରୟାଗରାଜର କୁମ୍ଭମେଳା ଅଭିମୁଖେ ଯାତ୍ରା ଆରମ୍ଭ କରିଛି ‘ଅନନ୍ୟା” ନାମକ ଏକ ଯାତ୍ରୀବାହୀ ବସ୍ । ଯାହାର ଗାଡ଼ି ନମ୍ବର ହେଉଚି OD 01 AD 2727। ଯାତ୍ରା ଆରମ୍ଭରେ ସ୍ଥାନୀୟ ବାସୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଓ ଆଗ୍ରହ ଦେଖିବାକୁ ମିଳିଛି ଯାତ୍ରୀ ମାନଙ୍କ ମଧ୍ୟରେ। ସ୍ଥାନୀୟ ବ୍ରାହ୍ମଣ ସାହି, ପାଇକ ସାହି ଏବଂ ଆଖ ପାଖ ସାହିରୁ ପ୍ରାୟ ୬୦ଜଣ ପୁରୁଷ ଏବଂ ମହିଳା ପବିତ୍ର କୁମ୍ଭମେଳା ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି “ଅନନ୍ୟା” ନାମକ ଯାତ୍ରୀବାହି ବସ୍ ।

ସମସ୍ତଙ୍କର ଯାତ୍ରା ମଙ୍ଗଳମୟ ହେଉ ଏବଂ ଶୁଭଙ୍କର ହେଉ। ଏହି ଶୁଭ କାମନା ଜଣାଇ ମା ମଝିଘରିଆଣି ଏବଂ ଶ୍ରୀ ଜଗନ୍ନାଥଙ୍କ ନାମ ନେଇ ନଡ଼ିଆ ଭାଙ୍ଗି ବସ୍ ଟି କୁମ୍ଭମେଳା ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ଏହି ବସ୍ ପ୍ରଥମେ ପ୍ରୟାଗରାଜ୍, ଶ୍ରୀ ରାମଚନ୍ଦ୍ରଙ୍କ ଜନ୍ମଭୂମି ଅଯଧ୍ୟା, ବନାରସ, କାଶୀ ବିଶ୍ଵନାଥଙ୍କ ଦର୍ଶନ, ମା ସମଲେଶ୍ଵରୀ ଏଵଂ ଜଗନ୍ନାଥ ପୁରୀ ହୋଇ ରାୟଗଡ଼ ଫେରିବେ। ହିନ୍ଦୁ ଧର୍ମର ଆସ୍ତା ଓ ବିଶ୍ୱାସର ସଙ୍ଗମ ସ୍ଥଳ ହେଉଛି ଏହି ପ୍ରୟାଗରାଜ କୁମ୍ଭମେଳା। ଆଗାମୀ ଶିବରାତ୍ରିକୁ ଦୃଷ୍ଟିରେ ରଖି ସ୍ଥାନୀୟ ଅଞ୍ଚଳର ଆହୁରି କିଛି ପରିବାର ଯାତ୍ରା ଆରମ୍ଭ କରିବେ ବୋଲି କହିଛନ୍ତି ଉପସ୍ଥିତ ଯୁବକମାନେ।

Leave a Reply

Your email address will not be published. Required fields are marked *

error: Content is protected !!