ରାୟଗଡା (ଗୋପୀନାଥ ଗୌଡ଼): ଆଜି ରାୟଗଡା ଜିଲ୍ଲାର ବିଭିନ୍ନ ଗ୍ରାମ ପଞ୍ଚାୟତ, ଵ୍ଲକ ଓ ଜିଲ୍ଲାର ମିଶନ ଶକ୍ତିର ଇସି ସହ ସଦସ୍ଯମାନେ ଘେରାଉ କଲେ ରାୟଗଡା ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ରାଜ୍ଯ ଉପମୁଖ୍ଯମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବି ପତ୍ର ଉପସ୍ଥାପନ କଲେ। ନିଖିଳ ଓଡ଼ିଶା ଜୀବିକା ମିଶନ ଇସି ସଂଘ ପକ୍ଷରୁ ଆୟୋଜିତ ଏହି ବିକ୍ଷୋଭ ସମାଵେଶରେ ସଂଘର ଜିଲ୍ଲା ସଭାପତି ମମତା ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବିକ୍ଷୋଭ ସମାବେଶରେ ସଂଘର ଜିଲ୍ଲା ସମ୍ପାଦକ କୁମାରୀ ପାଲକା ରାଜ୍ଯ ଉପମୂଖ୍ଯମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୦ଦଫା ଦାବି ପାଠ କରିଥିଲେ।ଏଆଇଟିୟୁସି ରାଜ୍ଯ ସମ୍ପାଦକ ତଥା ନିଖିଳ ଓଡ଼ିଶା ଜୀବିକା ମିଶନ ଇସି ସଂଘର ରାଜ୍ଯ ସଭାପତି ଜୟନ୍ତ ଦାସ ଉଦବୋଧନ ଦେଇ ସରକାରଙ୍କ ମହିଳା ଵିରୋଧୀ ଇସି ରିଷ୍ଟ୍ରକ୍ଚରିଙ୍ଗ୍ ପ୍ରତ୍ୟାହାର ଦାବିରେ ରାଜ୍ଯଵ୍ଯାପୀ ଆନ୍ଦୋନ ଚଳାଇଛନ୍ତି।

ଏହି ଗାଇଡ୍ ଲାଇନ ଯଦି ଅନୁସରଣ କରାଯାଏ ତାହେଲେ: ୧) ଓଡିଶାରେ ରିଷ୍ଟ୍ରକ୍ଚରିଙ୍ଗ୍ ଆଳରେ ୬ଲକ୍ଷରୁ ଅଧିକ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ସଭାପତି ସମ୍ପାଦକଙ୍କୁ ପଦରୁ ହଟାଯିଵ ଓ ସେମାନେ ଆଉ ସଭାପତି ବା ସମ୍ପାଦକ ପାଇଁ ପ୍ରାର୍ଥୀ ମଧ୍ଯ ହୋଇପାରିବେ ନାହିଁ । ୨) ସମସ୍ତ କାର୍ଯ୍ୟରତ ଇସିଙ୍କୁ ବାହାର କରାଯିବ, ଏହି ଇସି ସଦସ୍ଯମାନଙ୍କୁ ଆଉ ଇସି ପଦଵୀରେ ସରକାର ରହିଵାକୁ ଦେବେ ନାହିଁ ବୋଲି କହିଥିଲେ। ଏହି କର୍ମଜୀବି ଇସି ମହିଳାମାନେ ନିର୍ଦ୍ଦିଷ୍ଟ ଶ୍ରମ ଓ ବୁଦ୍ଧିମତ୍ତା ରେ ରାଜ୍ୟରେ ୬ଲକ୍ଷରୁ ଅଧିକ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଏଵଂ ୭୦ଲକ୍ଷ ମହିଳାଙ୍କୁ ସଂଗଠିତ କରି ଜୀବିକା ଅର୍ଜନ ର ରାହା ଦେଖାଇଛନ୍ତି। ୩) ରିଷ୍ଟ୍ରକ୍ଚରିଙ୍ଗ୍ ପରେ ଯେଉଁ ଜିପିଏଲ୍ଏଫ ଗଠନ ହେବ, ତାହାର ଇସି ସଂଖ୍ୟା ୧୧ରୁ ଅଧିକ ହେବ ନାହିଁ। ୪) ରିଷ୍ଟ୍ରକ୍ଚରିଙ୍ଗ୍ ପରେ ଯେଉଁ ସିଏଲ୍ଏଫ୍ ଗଠିତ ହେବ, ତାହା ୧୫/୨୦ଟି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଭିତ୍ତିରେ ଗଠିତ ହେବା ପରିବର୍ତ୍ତେ ୨୦ରୁ ୩୯ଟି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀକୁ ନେଇ ଗଠିତ ହେଵ, ଅର୍ଥାତ୍ ଅନେକ ସିଆରପି ବଳକା ହୋଇଯିବେ।
ସେହିଭଳି ଜୀବିକା ମିଶନର ମାଷ୍ଟର ବୁକ୍ କିପର ଵା ଏମଵିକେ ସଂଖ୍ୟା ଆନୁପାତିକ ଭାବେ ହ୍ରାସ ହେବ। ତେଣୁ ଏହି ରିଷ୍ଟ୍ରକ୍ଚରିଙ୍ଗ୍ ଆଳରେ ସ୍ଵୟଂ ସହାୟକ ଗୋଷ୍ଠୀର କାର୍ଯ୍ଯରତ ସଭାପତି ଓ ସମ୍ପାଦକ ମିଶି ୧୨ଲକ୍ଷ, କାର୍ଯ୍ୟରତ ଦେଢ଼ ଲକ୍ଷ ଇସି, କାର୍ଯ୍ଯରତ ୫୫ହଜାର ସିଆରପି, କାର୍ଯ୍ଯରତ ୧୫ହଜାର ଏମଵିକେ, ଵ୍ଯାଙ୍କ ମିତ୍ର, କୃଷି ମିତ୍ର, ପ୍ରାଣୀ ମିତ୍ର, ଉଦ୍ୟାନ ସାଥୀ ଇତ୍ୟାଦି ଆନୁପାତିକ ହ୍ରାସ ହେବ। ଅର୍ଥାତ୍ ଏହି ରିଷ୍ଟ୍ରକ୍ଚରିଙ୍ଗ୍ ଆଳରେ ଯେଉଁମାନେ ଓଡ଼ିଶା ମିଶନ ଶକ୍ତିକୁ ହଜାର ସଂଖ୍ୟାକୁ ନେଇ ୭୦ଲକ୍ଷ କରାଇଥିଲେ ସେମାନଙ୍କୁ ବିଦାୟ ଦେବାପାଇଁ ଷଡ଼ଯନ୍ତ୍ର କରିଛନ୍ତି ରାଜ୍ଯ ସରକାର।