ଆସନ୍ତା ୧୦ ତାରିଖରୁ ପୁଣି ଟ୍ବିନ୍ ସିଟିରେ କଡ଼ାକଡ଼ି ହେବ ଚେକିଂ

ଭୁବନେଶ୍ୱର (ସମୀର ରଞ୍ଜନ ନାୟକ): ଗାଡ଼ି ଗୁଡ଼ିକର ଚେକିଂ ହେବ । ବିକଟାଳ ହର୍ଣ୍ଣ, କଳା କାଚ ଆଦି ନଲଗାଇବାକୁ ତାଗିଦ କରାଯାଇଛି ସୂଚନା ଯୋଗ୍ୟ ଯେ l ଦୀର୍ଘ ଦିନର ବ୍ୟବଧାନ ପରେ ଦ୍ବୈତନଗରୀ ଯାନବାହନ ଯାଞ୍ଚ ହେବ। ଭୁବନେଶ୍ବର-କଟକ କମିସନରେଟ୍‌ ପୁଲିସ ଏଥି ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଆସନ୍ତା ୧୦ ତାରିଖରୁ ପୁଣି ଥରେ ଗାଡ଼ି ଚେକିଂ କଡ଼ାକଡ଼ି ହେବ। କମିସନରେଟ ପୁଲିସ ଟ୍ବିନସିଟିରେ ସ୍ପେଶାଲ ଡ୍ରାଇଭ କରିବ।କୋଭିଡ ପରଠୁ ଗାଡ଼ି ଚେକିଂ ବନ୍ଦ ରହିଥିଲା। ଲାଇସେନ୍ସ, ହେଲମେଟ, ପଲ୍ୟୁସନ ଆଦି ଚେକିଂ ବନ୍ଦ ରହିଛି। ହେଲେ ଏବେ ପୁଣି ଆକ୍ସନ ମୋଡକୁ ଫେରିଛି କମିସନରେଟ ପୁଲିସ। ଗାଡି ଯାଞ୍ଚ ନେଇ ଏବେ ଟୁଇନ ସିଟିରେ ଧରପଗଡ଼ ଆରମ୍ଭ ହେବ।

Leave a Reply

Your email address will not be published. Required fields are marked *

error: Content is protected !!