ଅଟୋ ଓଲଟି ଜଣେ ଗୁରୁତର ଜଣେ ଆହତ

ପାଟଣା(ଦଶରଥ ବାରିକ): ଏକ ଅଟୋ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହେବାରୁ ଜଣେ ଗୁରୁତର ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି।ସୂଚନା ଅନୁସାରେ ଭାଲୁକିପତଳା ଗ୍ରାମର ଅର୍ଜ୍ଜୁନ ଚରଣ ନାଏକ ଓ ଦରିଆ ନାଏକ ଏକ ଅଟୋ ଯୋଗେ ଧାନନେଇ ଢେଙ୍କିକୋଟ ନିକଟ ପାଣୁପସି ଗ୍ରାମକୁ ଯାଇଥିଲେ।ସେଠାରୁ ଫେରୁଥିବା ସମୟରେ ଭୋଳବେଡା ନିକଟରେ ଅଟୋଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା।ଦୁର୍ଘଟଣା ରେ ଅର୍ଜୁନ ଚରଣ ନାଏକ ଙ୍କ ବାମ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ଦରିଆ ନାଏକ ଆହତ ହୋଇଥିଲେ।ତାଙ୍କୁ ଗୁରୁତର ଅବସ୍ଥାରେ ରୋଗିଯାନ ଦ୍ବାରା ପ୍ରଥମେ ପାଟଣା ଡାକ୍ତରଖାନା ଓ ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି।

Leave a Reply

Your email address will not be published. Required fields are marked *

Powered by Joinchat