କେନ୍ଦୁଝର (ସୀତାରାମ ଦୀକ୍ଷିତ): ବିଜେପିର ଦିଲ୍ଲୀ ରେ ଜବରଦସ୍ତ ବିଜୟ ପରେ କେନ୍ଦୁଝର ବିଜେପି ପକ୍ଷରୁ ଆଜି ସନ୍ଧ୍ୟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୟ ଉତ୍ସବ ପାଳିତ ହୋଇଛି । ଜିଲ୍ଲା ବିଜେପି ସଭାପତି ଶୁକଦେବ ମହାନ୍ତ ଏବଂ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଙ୍କ ଉପସ୍ଥିତି ରେ ଶହଶହ ବିଜେପି କାର୍ଯ୍ୟକର୍ତ୍ତା ବାଜା ବଜାଇ ବାଣ ଫୁଟାଇ ମିଠା ବାଣ୍ଟି ବିଜୟ ଉତ୍ସବ ପାଳନ କରିଛନ୍ତି। ବିଧାୟକ ପାଟଣା ନିଜେ ଉତ୍ସାହିତ ହୋଇ ଝାଞ୍ଜ ବଜାଇ ଅନ୍ୟମାନଙ୍କୁ ଉତ୍ସାହିତ କରିଥିଲେ। ମହିଳା କାର୍ଯ୍ୟକର୍ତ୍ତା ମାନେ ଦଳୀୟ ପତାକା ଧରି ନାଚି ନାଚି ଲୋକଙ୍କୁ ବିଜୟ ଶୁଭେଚ୍ଛା ଜଣାଇ ଥିଲେ। ଏହି କାର୍ଯ୍ୟକ୍ରମ ରେ ଅନେକ ପୂର୍ବତନ ଜିଲ୍ଲା ସଭାପତି ଏବଂ କେନ୍ଦୁଝରଗଡ଼ ନଗର ସଭାପତି ଉପସ୍ଥିତ ଥିଲେ।