ଫ୍ଲଡ୍ ଲାଇଟ୍ ବିଭ୍ରାଟ ଘଟଣାରେ ହେବ ଆକ୍ସନ :କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

ଭୁବନେଶ୍ବର:(ସମୀର ରଞ୍ଜନ ନାୟକ )ବାରବାଟୀରେ ଘୋର ଲଜ୍ଜା । କାହିଁକି ୨୮ ମିନିଟ୍ କଟିଗଲା ଫ୍ଲଡ୍ ଲାଇଟ୍ । ଷ୍ଟାଡିୟମରେ ଘୋର ଅନ୍ଧାର, ଦର୍ଶକଙ୍କ ପ୍ରଶ୍ନ ଦାୟୀ କିଏ ? କାହିଁକି ଅନ୍ଧାର ହେଲା ବାରବାଟୀ ? ଅନ୍ତର୍ଜାତୀୟ ମ୍ୟାଚରେ ଅଧଘଣ୍ଟା କେମିତି କଟିଗଲା ଲାଇଟ୍ ? ସାରା ବିଶ୍ବରେ ଓଡ଼ିଶା ମ୍ୟାଚକୁ ନେଇ ଉଠିଲା ପ୍ରଶ୍ନ । ତେବେ ଏହି ମାମଲାକୁ ନେଇ ଓଡିଶା ରାଜନୀତିରେ ମଧ୍ୟ ହଇଚଇ ସୃଷ୍ଟି ହୋଇଛି । ଏହି ଘଟଣା ତେବେ ଫ୍ଲଡ ଲାଇଟ ବିଭ୍ରାଟକୁ ନେଇ କ୍ରୀଡା ମନ୍ତ୍ରୀଙ୍କ ବଡ଼ ବୟାନ। କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି, ଫ୍ଲଡ ଲାଇଟ୍ ଲିଭିବା ପ୍ରସଙ୍ଗରେ ଓସିଏ ପାଖରୁ ରିପୋର୍ଟ ମଗାଯିବ। ଓସିଏକୁ ମଗାଯିବ ସ୍ପଷ୍ଟୀକରଣ।

ଅନ୍ୟପଟେ ବିଧାୟିକା ସୋଫିଆ ଫିରଦୋସ ମଧ୍ୟ ଏହି ଘଟଣାକୁ ନେଇ ତଦନ୍ତ ଦାବି କରିଛନ୍ତି।ସୂଚନା ଥାଉକି ରବିବାର ଅନ୍ତର୍ଜାତୀୟ ମ୍ୟାଚ୍ ଚାଲିଥିବା ବେଳେ ବନ୍ଦ ହୋଇଗଲା ଫ୍ଲଡ ଲାଇଟ୍ । ଭାରତୀୟ ଦଳର ଇନିଂସ ସମୟରେ ଫ୍ଲଡ ଲାଇଟ୍ ବନ୍ଦ ହୋଇଯାଇଥିଲା । ଫଳରେ ଖେଳ ଅଧାରୁ ବନ୍ଦ ରହିଥିଲା । ସେତେବେଳେ ଟିମ୍ ଇଣ୍ଡିଆର ଦୁଇ ବ୍ୟାଟର, ଅଧିନାୟକ ରୋହିତ ଶର୍ମା ଓ ଶୁଭମନ୍ ଗିଲ୍ ବ୍ୟାଟିଂ କରୁଥିଲେ । ହେଲେ ଫ୍ଲଡ୍ ଲାଇଟ୍ ବନ୍ଦ ହୋଇଯିବା ପରେ ଖେଳାଳିମାନେ ପ୍ୟାଭିଲିୟନକୁ ଫେରିଯାଇଥିଲେ। ଏହାକୁ ନେଇ ଖେଳାଳିଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ପ୍ରାୟ ୨୫ ମିନିଟ୍ ପରେ ଫ୍ଲଡ୍ ଲାଇଟ୍ ପୁଣି ଚାଲୁ ହୋଇଥିଲା।

ଖେଳ ପୁଣି ଥରେ ଆରମ୍ଭ ହୋଇଥିଲା।ଅନ୍ୟପଟେ ଏହି ଘଟଣାକୁ ନେଇ ରାଜନୀତି ଜୋର ଧରିଛି। ରାଜ୍ୟ ସରକାର ଓ ଓସିଏକୁ ଘେରିଛନ୍ତି ବିରୋଧୀ । ଟୁଇଟ୍ କରି ବିଜେଡି ନେତା ପ୍ରତାପ ଜେନା ରାଜ୍ୟ ସରକାର ଓ ଓସିଏକୁ କଡ଼ା ସମାଲୋଚନା କରିଛନ୍ତି। ସେପଟେ ବାରବାଟୀରେ ଫ୍ଲଡ୍ ଲାଇଟ୍ ବନ୍ଦହେବା ଘଟଣାକୁ ନେଇ ସଫେଇ ରଖିଛନ୍ତି ଓସିଏ ସଂପାଦକ ସଞ୍ଜୟ ବେହେରା। ସେ କହିଛନ୍ତି, ଜେନେରେଟର୍ ଆସିବା ବାଟରେ ଖେଳାଳିଙ୍କ ବସ୍ ରହିଯାଇଥିଲା। ରାସ୍ତାରେ ରାସ୍ତାରେ ବସ୍‌ ଥିବାରୁ ଲାଇଟ୍ ଆସିବାରେ ବିଳମ୍ୱ ହେଲା।

Leave a Reply

Your email address will not be published. Required fields are marked *

error: Content is protected !!