ବରଗଡ଼ (ମୁକୁଦ ଦାସ) : ବରଗଡ଼ ପୌର ପରିଷଦ ରେ ନୂତନ ଭାବେ ଯୋଗ ଦେଇ ଥିବା ନିର୍ବାହୀ ଅଧିକାରୀ ଦେବାନନ୍ଦ ସାହୁ ଙ୍କୁ ସାକ୍ଷାତ କରିଛି ବରଗଡ଼ ନାଗରିକ ମଞ୍ଚ। ସହର ର ମୁଖ୍ୟ ସମସ୍ୟା ଯଥା ସଫେଇ, ଶୌଚାଳୟ,ମଶା ତୈଳ ଛିଞ୍ଚନ, ଷ୍ଟ୍ରିଟ ଲାଇଟ, ଡ୍ରେନେଜ, ରାସ୍ତା ଓ ଜବର ଦଖଲ ଉଚ୍ଛେଦ କୁ ତ୍ୱରାନ୍ୱିତ କରିବା ପାଇଁ ମଞ୍ଚ ର ସଦସ୍ୟ ମାନେ ଆଲୋଚନା କରିଥିଲେ। ବରଗଡ ନାଗରିକ ମଞ୍ଚ ର ଭବାନୀ ସାହୁ, ଶୟନ ପଣ୍ଡା, ନିଖିଳ ପାଣିଗ୍ରାହୀ, ସରୋଜ ନାଏକ, ଫିରୋଜ ଖାନ ପ୍ରମୁଖ ଉପସ୍ଥିତ ଥିଲେ।
