ନୂଆପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କଳାପଥର କ୍ଲଷ୍ଟର ଅନ୍ତର୍ଗତ ନୂଆପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି l ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ବିଘ୍ନରାଜ କମ୍ପ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ କଳାପଥର କ୍ଲଷ୍ଟର ସି ଆର ସି ସି ରଞ୍ଜନ କୁମାର ଜଗଦଲା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିକ୍ଷା ଦ୍ୱାରା କିପରି ଛାତ୍ରଛାତ୍ରୀ ଙ୍କ ସର୍ବାଙ୍ଗୀନ ଉନ୍ନତି ହୋଇପାରେ ଓ ଏକ ସୁସ୍ଥ ସମାଜ ଗଠନ କରାଯାଇପାରେ ଆଲୋକପାତ କରିଥିଲେ l

ସ୍ଥାନୀୟ ଶିକ୍ଷାବିତ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଧ୍ରୁବ ଚରଣ ପଧାନ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଶୈକ୍ଷିକ ମୂଲ୍ୟବୋଧ ଦ୍ୱାରା ଉତ୍ତମ ଚରିତ୍ର କିପରି ଗଠନ କରାଯାଏ ତାହା ପିଲାମାନଙ୍କୁ ପ୍ରାଞ୍ଜଳ ଭାବେ ଆଲୋକପାତ କରିଥିଲେ l ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ଏବଂ ଶେଷରେ ଛାତ୍ରଛାତ୍ରୀ ଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ସଭାକାର୍ଯ୍ୟ କୁ ଶିକ୍ଷକ ଅଚ୍ୟୁତ ରଣା ପରିଚାଳନା କରିଥିବାବେଳେ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷୟିତ୍ରୀ ସୌଦାମିନୀ ମେହେର ବାର୍ଷିକ ବିବରଣୀ ପଠନ କରିଥିଲେ l ଶିକ୍ଷୟିତ୍ରୀ ନିବେଦିତା ଅମାତ ଅତିଥି ପରିଚୟ ପ୍ରଦାନ,ଶିକ୍ଷୟିତ୍ରୀ ସ୍ମୃତିପ୍ରଭା ପାଢ଼ୀ ସାଂସ୍କୃତିକ କାର୍ଯ୍ୟକ୍ରମ ର ପରିଚାଳନା କରିଥିବା ବେଳେ ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ପୀତବାସ ରଥ ଧନ୍ୟବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *

error: Content is protected !!